ଓଡ଼ିଶା

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ଗୋପ: ନିମାପଡାରେ ଗଣ ଦୁଷ୍କର୍ମ ଅଭିଯୋଗ । ୪ ଜଣଙ୍କୁ ଉଠାଇନେଲା ପୋଲିସ । ପୁରୀ ଜିଲ୍ଲା ନିମାପଡା କେନାଲ ରୋଡ଼ରେ ଥିବା ନନ୍ଦିନୀ ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣାପଡିଛି । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳର। ପୀଡିତାଙ୍କ ଅଭିଯୋଗ ଆନୁଯାୟୀ ଦୁଇ ମାସ ପୂର୍ବରୁ ସେ ଭୁବନେଶ୍ୱରରେ ଏକ ଗେଷ୍ଟ ହାଉସ କାର୍ଯ୍ୟ କରୁଥିଲେ । ପରେ ସେ ନିମାପଡାର ନନ୍ଦିନୀ ଗେଷ୍ଟ ହାଉସରେ ଗତ ଏକ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ୮ତାରିଖରେ ଗେଷ୍ଟ ହାଉସରେ କାର୍ଯ୍ୟ କରୁଥିବା ରାଜା ସୁଶାନ୍ତ, ଅକ୍ଷୟ, ରମେଶ ଚନ୍ଦ୍ର ଦାସ ନାମକ ୪ଜଣ ବେକ୍ତି ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ ଖଣ୍ଡଗିରି ଥାନା ଅଭିଯୋଗକୁ ନିମାପଡା ଥାନାକୁ ହସ୍ତାନ୍ତର କରିଥିଲେ। ନିମାପଡା ଥାନା ଅଭିଯୋଗ ଆଧାରେ ୨୯୮/26ରେ ମାମଲା ରୁଜୁ କରିବା ସହିତ ୨ଜଣ ଯୁବକଙ୍କୁ ପିପିଲି ଅଞ୍ଚଳରୁ ଏବଂ ଦୁଇ ଜଣଙ୍କୁ ନିମାପଡା ଅଞ୍ଚଳରୁ ଗିରଫ କରିବାର ସଫଳ ହୋଉଥିଲା । ହେଲେ ପରବର୍ତୀ ସମୟରେ ମାମଲାକୁ ରଫା ଦଫା କରିବାକୁ ନିମାପଡ଼ା ପୋଲିସ ସମ୍ପୃକ୍ତ ଗେଷ୍ଟ ହାଉସରେ ଉଦ୍ୟମ କରୁଥିବା ଅଭିଯୋଗ କରି ବିଜେଡି କର୍ମୀ ମନେ ଅଭିଯୋଗ କରି ହୋହାଲ୍ଲା କରିଥିଲେ । ଏ ସଂକ୍ରାନ୍ତରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL