ଜାତୀୟ

ଶାହୀ ମସଜିଦ ଉଚ୍ଛେଦ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହି ମସଜିଦର ଏକ ଅଂଶ ଭାଙ୍ଗିବା ନେଇ ବ୍ୟାପକ ବିରୋଧ ଏବଂ ଉତ୍ତେଜନା ଦେଖାଦେଇଛି। ମୁସଲିମ ସମ୍ପ୍ରଦାୟ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ଗୋଟିଏ ଗୋଷ୍ଠୀ ଭଙ୍ଗାକୁ ସମର୍ଥନ କରୁଛି ଏବଂ ଅନ୍ୟଟି ଏହାକୁ ବିରୋଧ କରୁଛି। ସୋମବାର ଦିନ, ବହୁ ସଂଖ୍ୟକ ପ୍ରଦର୍ଶନକାରୀ ଏହି ଭଙ୍ଗାକୁ ବିରୋଧ କରିଥିଲେ ଏବଂ ପୋଲିସ ଉପରେ ପଥର ମାଡ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବାବେଳେ ଅଞ୍ଚଳରେ ଯାତାୟାତ ଉପରେ ମଧ୍ୟ କଟକଣା ଲଗାଯାଇଛି।

ଶାହି ମସଜିଦ ଭାଙ୍ଗିବା ଖବର ପରେ ଗତ ଦୁଇ ଦିନ ଧରି ସ୍ଥାନୀୟ ବାସିନ୍ଦା ଏବଂ ମୁସଲିମ ସମ୍ପ୍ରଦାୟର ସଦସ୍ୟମାନେ ମସଜିଦ ବାହାରେ ବହୁ ସଂଖ୍ୟାରେ ଏକାଠି ହୋଇ ପ୍ରତିବାଦ କରୁଛନ୍ତି। ରବିବାର ରାତିରେ ଯେତେବେଳେ ଜେସିବି ଏବଂ ପୋକ୍ଲେନ୍ ମେସିନ୍ ସହିତ ଏକ ବିରାଟ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଲା, ଲୋକମାନେ ରାସ୍ତାକୁ ଓହ୍ଲାଇ ପୋଲିସ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେବା ଆରମ୍ଭ କଲେ। ସୂଚନା ଥାଉକି, ସିଂହସ୍ଥ-୨୦୨୮କୁ ଦୃଷ୍ଟିରେ ରଖି ଉଜ୍ଜୟିନୀରେ ସଡ଼କ ପ୍ରଶସ୍ତୀକରଣ କାମ ଚାଲିଛି । ଗୋପାଳ ମନ୍ଦିର ଅଞ୍ଚଳର ରାସ୍ତାକୁ ପ୍ରାୟ ୧୫ ମିଟର ଚଉଡ଼ା କରିବା ପାଇଁ ଅନେକ ନିର୍ମାଣ ହଟାଯାଉଛି । ଏହି ପ୍ରକଳ୍ପରେ ଶାହୀ ମସଜିଦର କିଛି ଅଂଶ ମଧ୍ୟ ପ୍ରଭାବିତ ହେଉଛି । ପ୍ରଶାସନର କହିବା ଅନୁସାରେ, ସଡ଼କ ପ୍ରଶସ୍ତୀକରଣ କାମରେ ଅନ୍ୟ କିଛି ଧାର୍ମିକ ସ୍ଥଳର ପ୍ରଭାବିତ ଅଂଶ ମଧ୍ୟ ହଟାଯାଇଛି ।

ଅନ୍ୟପକ୍ଷରେ ମସଜିଦ ପରିଚାଳନା ସହ ଜଡ଼ିତ ପକ୍ଷ ଏହାକୁ ବିରୋଧ କରିଛନ୍ତି ଏବଂ ଧାର୍ମିକ ସ୍ଥଳକୁ ପ୍ରଶସ୍ତୀକରଣରୁ ବାଦ୍‌ ଦେବାକୁ ଦାବି କରିଛନ୍ତି । ଶାହୀ ମସଜିଦର ପ୍ରଭାବିତ ଅଂଶ ହଟାଇବା ଖବର ପରେ ଗତ ଦୁଇ ଦିନ ଧରି ମସଜିଦ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ରବିବାର ରାତିରେ ମଧ୍ୟ ଅନେକ ଲୋକ ସେଠାରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ପୋଲିସ ଓ ପ୍ରଶାସନ ପକ୍ଷରୁ ଆଲୋଚନା ମାଧ୍ୟମରେ ସ୍ଥିତି ଶାନ୍ତ କରିବାର ଚେଷ୍ଟା କରାଯାଇଥିଲା। ସୋମବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ପୁଣି ଉତ୍ତେଜନା ବଢ଼ିଥିଲା। ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷା ବଳର ମୁତୟନ ବଢ଼ାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL