ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ। ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ। ଏ ନେଇ ଯାଜପୁର ଏସପିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି ଖୋଦ୍ ପ୍ରଣବ ବଳବନ୍ତରାୟ। ଏହି ଆକ୍ରମଣ ଘଟଣା ପଛରେ ବିଧାୟକ ହିମାଂଶୁ ଶେଖରଙ୍କ ହାତ ଥିବା ସେ କହିଛନ୍ତି।
ଗଡମଧୁପୁର ପଞ୍ଚାୟତରେ ଜନ ସମ୍ପର୍କ ପଦ ଯାତ୍ରା ପାଇଁ ଗାଁ କୁ ଗାଁ ବୁଲୁଥିବା ସମୟରେ କିଛି ଲୋକ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପରକୁ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଉପରକୁ ଟେକା ମାଡ଼ କରିଥିବା ଦେଖିବାକୁ ମିଳିଛି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ତେବେ ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ସେପଟରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ପାଣିକୋଇଲି ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତ ବିଜେଡି ନେତା ଓ କର୍ମୀ ।
ଅଭିଯୋଗ ମୁତାବକ, ଦିନ ପ୍ରାୟ ୩ ଟା ସମୟରେ ପଦଯାତ୍ରା ଚାଲିଥିବା ବେଳେ ପ୍ରାୟ ଗାଡ଼ି ଉପରକୁ ଟେକା ମାଡ଼ କରିଥିଲେ। ଏହି ହିଂସାକାଣ୍ଡରେ ତାଙ୍କ ଗାଡ଼ି ସମେତ ମୋଟ ୩ଟି ଯାନବାହନ ଭଙ୍ଗାଯାଇ ବହୁତ କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଜଗଦୀଶ ଜେନାମଣିଙ୍କ ବାସଭବନକୁ ଯାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏବଂ ପୁନର୍ବାର ବଳବନ୍ତରାୟଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ବଳବନ୍ତରାୟ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣକାରୀମାନେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ହାତ ରହିଛି। ଏହି ଘଟଣାଟି ପୂର୍ବ ନିର୍ଦ୍ଧାରିତ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତୁରନ୍ତ ଏଫଆଇଆର୍ ରୁଜୁ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଘଟଣାସ୍ଥଳର ସମସ୍ତ ପ୍ରମାଣକୁ ସୁରକ୍ଷିତ ରଖିବା ପାଇଁ ବଳବନ୍ତରାୟ ପୋଲିସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ସେଥିରେ ସିସିଟିଭି ଫୁଟେଜ୍, ମୋବାଇଲ୍ ଭିଡିଓ, ଫଟୋଗ୍ରାଫ୍, ପୋଲିସ ରେକର୍ଡ ଏବଂ ବ୍ୟବହୃତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି।









