ଜାତୀୟ

ଅପରେସନ୍ ଟ୍ରାଇଡେଣ୍ଟ: ୧୭ କୋଟିର ବେଆଇନ ସମ୍ପତ୍ତି ଜବତ,୧୮ ଗିରଫ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଭାରତରେ ଅପରେସନ୍ ଟ୍ରାଇଡେଣ୍ଟକୁ ବଡ଼ ସଫଳତା। ଆସାମ, ମିଜୋରାମ ଓ ମଣିପୁରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମିଳିତ ଅପରେସନ୍। ଡ୍ରଗ୍ ସିଣ୍ଡିକେଟର ଏକ ଅନ୍ତର୍ଜାତୀୟ ରାକେଟ୍ ଠାବ। ୧୮ ଗିରଫ, ୧୪୨୪ ବ୍ୟାଙ୍କ ଆକାଉଣ୍ଟ ସିଜ୍ ଓ ୧୭ କୋଟି ୮୨ ଲକ୍ଷ ଟଙ୍କାର ବେଆଇନ ସମ୍ପତ୍ତି ଜବତ।

ଭାରତ, ମିଆଁମାର୍ ଓ ବାଂଲାଦେଶକୁ ଲମ୍ବିଥିବା ୧୦୦ କୋଟିର ଅନ୍ତର୍ଜାତୀୟ ହାୱାଲା ଚେରକୁ ମଧ୍ୟ ଠାବ କରିଛି NCB ଓ ED। ଅପରେସନ୍ ଟ୍ରାଇଡେଣ୍ଟର ଏହି ସଫଳତା ବିଷୟରେ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କହିଛନ୍ତି, ୨୦୨୬ ଅକ୍ଟୋବର ୨୩ ରେ ଏକକାଳୀନ ଚଢ଼ଉ କରାଯାଇ ଆସାମ, ମିଜୋରାମ ଓ ମଣିପୁରରେ ଅପରାଧୀଙ୍କ ୩୮ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା।

ଏହି ବହୁମୁଖୀ ରାଜ୍ୟ ଅଭିଯାନ ସୀମା ଆରପାରିରୁ ଚାଲୁଥିବା ଡ୍ରଗ୍ସ କାର୍ଟେଲର ଯୋଗାଣ ଏବଂ ଆର୍ଥିକ ଢାଞ୍ଚାକୁ ଶକ୍ତ ଝଟକା ଲାଗିଛି। ଯାହାକୁ ଅଧିକାରୀମାନେ “ଡେଥ୍ ଟ୍ରାଏଙ୍ଗଲ୍ କରିଡର୍” ଭାବେ ନାମିତ କରିଛନ୍ତି। ସମନ୍ୱିତ ତଦନ୍ତରୁ ଡ୍ରଗ୍ସ କାରବାରରୁ ମିଳୁଥିବା ଅର୍ଥକୁ ପଠାଇବା ପାଇଁ ବ୍ୟବହୃତ ହେଉଥିବା ବେଆଇନ ଆର୍ଥିକ ମାର୍ଗ ଓ ପ୍ରାୟ ୧୦୦ କୋଟି ଟଙ୍କାର ହାୱାଲା କାରବାର ପଦାକୁ ଆସିଛି।

ଏହି ନେଟୱାର୍କର ମନି ଲଣ୍ଡରିଂ କାର୍ଯ୍ୟକଳାପ ସହିତ ଜଡ଼ିତ ୧,୪୨୪ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ଇଡି। ସେହିପରି ୧୭ କୋଟି ୮୨ଲକ୍ଷ ଟଙ୍କା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛନ୍ତି କେନ୍ଦ୍ର ସରକାର। ଏହାବାଦ ୧୨ ଲକ୍ଷର ନଗଦ ଅର୍ଥରାଶି ସମେତ ୫୦୦ଟି ଡେଟୋନେଟର ଜବତ କରାଯାଇଛି। ମିଜୋରାମର ଆଇଜଲ୍, ଚମ୍ଫାଇ ଓ ଲଙ୍ଗତଲାଇକୁ ଟାର୍ଗେଟ୍ କରାଯାଇଥିବା ବେଳେ ମଣିପୁରର ଚୁଡ଼ାଚାନ୍ଦପୁର ଏବଂ ଆସାମର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ମିଳିତ ଚଢ଼ଉ କରାଯାଇଥିଲା।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL