ଓଡ଼ିଶା

ତାମିଲନାଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଓଡ଼ିଆଙ୍କ ମୃତ୍ୟୁ

ବାଂଶପାଳ: ତାମିଲନାଡୁ ଡିଣ୍ଡିଗୁଲରେ ସଡ଼କ ଦୁର୍ଘଟଣାରେ ୨ ଓଡ଼ିଆଙ୍କ ମୃତ୍ୟୁ । ଭାଙ୍ଗି ପଡ଼ିଛନ୍ତି ମୃତକଙ୍କ ପରିବାର । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ଗାଁର ଇନ୍ଦ୍ରମଣି ଦେହୁରୀଙ୍କ ଏକମାତ୍ର ପୁଅ ମନୋଜ ଦେହୁରୀ ୨ବର୍ଷ ହେବ ତାମିଲନାଡୁର ଡିଣ୍ଡିଗୁଲ ସହରରେ ଏକ କମ୍ପାନୀ କାଠ ମିଲରେ କାମ କରୁଥିଲେ । ଗତ ରବିବାର ସନ୍ଧ୍ୟାରେ ମିଲରୁ ଡ୍ୟୁଟି ସାରି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଇତି ଗାଁ ର ଅଶାଳୁ ନାମକ ସାଥି ଯୁବକ ଙ୍କ ସହିତ ବଜାର କୁ କୌଣସି ଜିନିଷ କିଣିବା ପାଇଁ ଯିବାକୁ ରାସ୍ତା ପାରି ହେଉଥିଲେ ।

ଏହି ସମୟରେ ଏକ ଦ୍ରୁତ ଗାମି XUV କାର ଉଭୟ ଙ୍କୁ ଧକ୍କା ଦେବାରୁ ମନୋଜ ଓ ଅଶାଳୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା. ଡିଣ୍ଡିଗୁଲ ପୋଲିସ ଉଭୟ ଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା କାର କୁ ଜବତ କରିଛି । ବ୍ୟବଛେଦ ପରେ କମ୍ପାନୀ କର୍ତ୍ତୃପକ୍ଷ ଉଭୟ ଙ୍କ ମୃତ ଦେହ ଏକ ଆମ୍ବୁଲାନ୍ସରେ ଗାଁକୁ ପଠାଇଛନ୍ତି । ଆଜି ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ରୋଜଗାରିଆ ପୁଅର ମୃତ୍ୟୁରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL