ନୀଳଗିରି: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ୫ ମାସ ପରେ ଖୋଲିଲା ବାଲେଶ୍ବର କୁଳଢ଼ିଆ ଅଭୟାରଣ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଉପଭୋଗ କରିବେ ପର୍ଯ୍ୟଟକ । ପ୍ରତ୍ୟେକ ବର୍ଷ ନଭେମ୍ବର ୧ତାରିଖରେ ଖୋଲେ ଅଭୟାରଣ୍ୟ । କିନ୍ତୁ ଚଳିତ ବର୍ଷ ତିନି ଦିନ ବିଳମ୍ୱରେ ଖୋଲାଯାଇଛି । ଏଥି ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ପର୍ଯ୍ୟଟକମାନେ ଅଭୟାରଣ୍ୟ ରେ ଭାଲୁ, ଗୟଳ, ମାଙ୍କଡ, ହରିଣ ବିଭିନ୍ନ ପ୍ରକାରର ପଶୁ ପକ୍ଷୀଙ୍କ ମଜା ଉଠେଇବେ । ଏହି ସମୟରେ ବନବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଫୁଲ ଚନ୍ଦନ ଦେଇ ପର୍ଯ୍ୟଟକଙ୍କୁ ସ୍ୱାଗତ କରିଥିଲେ ।
ପ୍ରତିବର୍ଷ ନଭେମ୍ବର ୧ ତାରିଖରେ କୁଳଡ଼ିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥାଏ । କିନ୍ତୁ ଚଳିତ ବର୍ଷ କିଛି କାରଣରୁ ନିର୍ଦ୍ଧାରିତ ତାରିଖଠାରୁ ତିନି ଦିନ ବିଳମ୍ବରେ ଅଭୟାରଣ୍ୟ ଖୋଲାଯାଇଛି । ଏଥିପାଇଁ ବନ ବିଭାଗ ପକ୍ଷରୁ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରାଯାଇଥିଲା । ପର୍ଯ୍ୟଟକଙ୍କ ଯାତାୟାତ, ସୁରକ୍ଷା ଓ ଅଭୟାରଣ୍ୟ ପରିଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଦୀର୍ଘ ଦିନର ଅପେକ୍ଷା ପରେ କୁଳଡ଼ିହା ଅଭୟାରଣ୍ୟ ଖୋଲିଥିବାରୁ ଏବେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାର ଆଶା ରହିଛି। ପ୍ରକୃତିର କୋଳରେ କିଛି ସମୟ ବିତାଇବା ସହ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଏହା ପର୍ଯ୍ୟଟକଙ୍କୁ ଏକ ସୁନ୍ଦର ସୁଯୋଗ ଦେବ ।









