ଜାତୀୟ

ବନ୍ୟା ପାଣିରେ ଓଲଟିଲା ୨ ଉଦ୍ଧାରକାରୀ ବୋଟ୍

ତେଲଙ୍ଗାନା: ତେଲଙ୍ଗାନାରେ ବଡ଼ ଅଘଟଣ । ବନ୍ୟା ପାଣିରେ ଓଲଟିଲା ୨ ଉଦ୍ଧାରକାରୀ ବୋଟ୍ । ୧୧ ଯବାନ ନିଖୋଜ । ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଯାଇ ଅଘଟଣ । ନିଖୋଜଙ୍କ ମଧ୍ୟରେ SDRF ଓ ଅଗ୍ନିଶମ ବିଭାଗର କର୍ମଚାରୀ ।  ତେଲଙ୍ଗାନାରେ ବନ୍ୟା ପାଣିରେ ବଡ଼ ଅଘଟଣ। ଉଦ୍ଧାର କାର୍ଯ୍ୟ ବେଳେ ଓଲଟିପଡ଼ିଲା ଦୁଇଟି ବୋଟ୍। ନିଖୋଜ ହୋଇଯାଇଛନ୍ତି ୧୧ ଜଣ ଉଦ୍ଧାରକାରୀ କର୍ମଚାରୀ। ନିଖୋଜଙ୍କ ମଧ୍ୟରେ ରହିଛନ୍ତି ତେଲଙ୍ଗାନା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ବା SDRF ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଅଛନ୍ତି । ଖମ୍ମମ ଜିଲ୍ଲାର ସାଥୁପଲ୍ଲୀ ମଣ୍ଡଳ ଅନ୍ତର୍ଗତ ବେଥୁପଲ୍ଲୀ ଜଳାଶୟରେ ଘଟିଛି ଏହି ଅଘଟଣ ।

ପ୍ରବଳ ବର୍ଷା ଯୋଗୁଁ ବେଥୁପଲ୍ଲୀ ଜଳାଶୟରେ ଜଳସ୍ତର ବୃଦ୍ଧି ପାଇଥିଲା। ଜଳାଶୟ ଉଛୁଳିବା ସହ ପାଣିର ସ୍ରୋତ ଅତ୍ୟନ୍ତ ପ୍ରଖର ରହିଥିଲା। ଏହି ସମୟରେ ମାଛ ଧରିବା ପାଇଁ ଜାଲ ବିଛାଇବାକୁ ଯାଇଥିବା ୫ ଜଣ ମତ୍ସ୍ୟଜୀବୀ ପ୍ରଖର ସ୍ରୋତରେ ଫସିଯାଇଥିଲେ। ପାଣିର ସ୍ରୋତ ଅଧିକ ଥିବାରୁ ସେମାନେ କୂଳକୁ ଫେରିପାରି ନଥିଲେ। ଖବର ପାଇବା ପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗର ୩ ଜଣ କର୍ମଚାରୀ ପ୍ରଥମେ ଏକ ବୋଟ୍ ରେ ଜଳାଶୟ ଭିତରକୁ ଯାଇଥିଲେ। ତେବେ ମଝି ପାଣିରେ ବୋଟ୍ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସେମାନେ ମଧ୍ୟ ଫସିଯାଇଥିଲେ। ଉଦ୍ଧାର ଅଭିଯାନ ସମୟରେ ଦୁଇଟି ବୋଟ୍ ଓଲଟିପଡ଼ିବାରୁ SDRF ଓ ଅଗ୍ନିଶମ ବିଭାଗର ମୋଟ ୧୧ ଜଣ କର୍ମଚାରୀ ନିଖୋଜ ହୋଇଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ରାଜ୍ୟ ରାଜସ୍ୱ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଉଦ୍ଧାରକାରୀମାନେ ନିଜେ ବିପଦରେ ପଡ଼ିଥିବା ଏହି ଘଟଣା ଚିନ୍ତା ବଢ଼ାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL