ଓଡ଼ିଶା

୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ପଦକ୍ଷେପ ନେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର:ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଏହି ତାଲିକାରେ ରହିଛି ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ଏମ୍‌ଏସ୍‌ ଆଇନ ବିଶ୍ୱବିଦ୍ୟାଳୟ ଓ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ।

ବିଶ୍ୱବିଦ୍ୟାଳୟଗୁଡ଼ିକର NAAC ମାନ୍ୟତା ନବୀକରଣ ପ୍ରକ୍ରିୟାରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଏଥିପାଇଁ UGC ସହ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଯୋଗାଯୋଗରେ ରହିଛି।ଅନ୍ୟପଟେ, ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ଏଥିସହ ୧୪୦୦ରୁ ଅଧିକ ପ୍ରାଧ୍ୟାପକ, ସହ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ପଦବୀ ପୂରଣ ପାଇଁ ସାକ୍ଷାତକାର ପ୍ରକ୍ରିୟା ଜାରି ରହିଛି। ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଆଶା ରଖାଯାଇଛି।

ସେହିପରି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ମଧ୍ୟ ସାକ୍ଷାତକାର ପ୍ରକ୍ରିୟା ଶେଷ ହୋଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକର ଜାତୀୟ ସ୍ତରରେ ପରିଚୟ ଓ ଗୁଣବତ୍ତା ବୃଦ୍ଧି ପାଇଁ NIRF ସମେତ ଅନ୍ୟାନ୍ୟ ରାଙ୍କିଂ ହାସଲ ଦିଗରେ ମଧ୍ୟ କାର୍ଯ୍ୟ ଚାଲିଛି।ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ବିଶ୍ୱବିଦ୍ୟାଳୟଗୁଡ଼ିକର ମାନ୍ୟତା ଓ ରାଙ୍କିଂ ବୃଦ୍ଧି ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL