ଜାତୀୟ

ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ

ଆମେରିକା : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ । ଘଟଣାରେ ସୁରକ୍ଷାକର୍ମୀ ଜଣେ ସନ୍ଦିଗ୍ଧକୁ ଗିରଫ କରିଛନ୍ତି । ଆକ୍ରମଣ ଫଳରେ ଉପରାଷ୍ଟ୍ରପତିଙ୍କ ଘରର ଝରକା ସବୁ ଭାଙ୍ଗିଯାଇଥିବା ଭିଡିଓରେ ନଜର ଆସିଛି । ଆକ୍ରମଣ ପରେ ୟୁଏସ୍ ସିକ୍ରେଟ ସର୍ଭିସ ଏଜେଣ୍ଟ ଇଷ୍ଟ ୱାଲନଟ ହିଲ୍ସ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଜଣେ ସନ୍ଦିଗ୍ଧକୁ ଗିରଫ କରିଛନ୍ତି । ତେବେ ଏନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ ।

ଖବର ମୁତାବକ, ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, ସନ୍ଦିଗ୍ଧ ଜଣକ ଉପରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିନାହିଁ । ଆକ୍ରମଣ ସମୟରେ ଜେଡି ଭାନ୍ସ ଏବଂ ତାଙ୍କ ପରିବାର ଲୋକ ଘରେ କେହି ନଥିଲେ । ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ଜେଡି ଭାନ୍ସଙ୍କ ଆବାସ ଆଖପାଖ ରାସ୍ତା ଗତକାଲିରୁ ବନ୍ଦ ରହିଛି । ପୋଲିସ ମଧ୍ୟ ନିୟୋଜିତ ରହିଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL