ଭୁବନେଶ୍ବର: ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍ । ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) । ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ନିଶା କାରବାର ଚେର ଖୋଜିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣ ରାକେଟ୍ ସାମ୍ନାକୁ ଆସିଛି । ବିଭିନ୍ନ ରାଜ୍ୟରୁ ପ୍ରାୟ ୩ କୋଟି ଟଙ୍କା, ବିପୁଳ ନିଶାଦ୍ରବ୍ୟ, ଅପରାଧିକ ନଥିପତ୍ର, ଡିଜିଟାଲ ଡିଭାଇସ୍ ଆଦି ଜବତ ହୋଇଛି ।
ନିଶା କାରବାରରେ ଜଡ଼ିତ ଥିବା ଅଭିଯୋଗରେ ଦିଲ୍ଲୀରୁ ଜଣେ ନିଶା ମାଫିଆକୁ ଗିରଫ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିକୁ ୭ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ଦଳ ।





