ଟମକା: ଯାଜପୁର ଜିଲ୍ଲା ଟମକା ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ଆଜି ଏକ ଦୁର୍ଘଟଣାରୁ ବିଦ୍ୟୁତ୍ କରେଣ୍ଟ୍ ସଂସ୍ପର୍ଶରେ ଆସି ଏହାର ଚାଳକ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି। ଏଥିସହ ଟ୍ରକ୍ର ବିଦ୍ୟୁତ୍ ଲାଇନ ସଂପୂର୍ଣ୍ଣ ଭାବେ ଓ କ୍ୟାବିନ ଆଂଶିକ ପୋଡ଼ି ଯାଇଛି। ମୃତ ଡ୍ରାଇଭର ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇପାଳ ଗାଁର ଅନ୍ତର୍ଯ୍ୟାମୀ ସାହୁ(୪୬)। ସେ କାଳିଆପାଣି ଟାଉନସିପର ଏସ୍. ରାମ ମୂର୍ତ୍ତିଙ୍କ ଟ୍ରକ୍(ଓଆର୍-୦୯ଏଫ୍-୭୬୧୩) ଚଳାଉଥିଲେ। କଳିଙ୍ଗନଗର ଜିନ୍ଦଲ କାରଖାନାରେ କ୍ରୋମାଇଟ୍ ଖଲାସ କରି କାଳିଆପାଣି ଫେରିବା ବାଟରେ ରାଇଘାଟି ପାଖ ରାସ୍ତାର ବାମପାର୍ଶ୍ବ ଟୁଙ୍ଗେଇଶୁଣି ଗାଁର ଏକ ବିଦ୍ୟୁତ୍ ଖୁଣ୍ଟରେ ଟ୍ରକ୍ ପିଟି ହୋଇଥିଲା। ଖୁଣ୍ଟ ଭାଙ୍ଗି ଏହାର ସ୍ରୋତ ପ୍ରବାହିତ ତାର କ୍ୟାବିନରେ ପଡ଼ି ଯାଇଥିଲା।
କରେଣ୍ଟ୍ ଲାଗି ଟ୍ରକ୍ ସହ ଜଳିଗଲେ ଚାଳକ









