ଓଡ଼ିଶା

ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡି ପୀଠ: ରାତି ୧ଟାରେ ସୁନାବେଶ

ଆରଡି: ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି ଜାଗରଯାତ୍ରା ଦିନ ତମାମ ମନ୍ଦିରରେ ଅନୁଷ୍ଠିତ ହେବା ସହ ସନ୍ଧ୍ୟାରୁ ରାତି ୧୨ଟା ଯାଏ ଚାରି ପ୍ରହର ରୁଦ୍ରାଭିଷେକ ଓ ଘର୍ଷଣ ଲାଗି,ରାତ୍ର ୧ଟାରେ ସୁନା ବେଶ ଓ ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ଏଥିପାଇଁ ମନ୍ଦିର ପରିସରରେ ପୁରା ପ୍ରସ୍ତୁତି କରାଯାଇଛି। ଆଜି ଏକବାର ନୀତି ପାଇଁ ଭୋର ସାଢେ ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ସକାଳ ୫ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଶ୍ରଦ୍ଧାଳୁମାନେ ସାହଣମେଲା ଦର୍ଶନ କରିଥିଲେ।

ଅପରାହ୍ଣ ୪ଟା ସୁଦ୍ଧା ମଣିବାବାଙ୍କର ସମସ୍ତ ସକାଳ ଧୂପ ସରିବା ପରେ ଗର୍ଭଗୃହ ମାର୍ଜନା କରାଯାଇ ନୂଆ ଚାନ୍ଦୁଆ ଲାଗି କରାଯାଉଥିବା ଵେଳେ ମନ୍ଦିରଚୂଡାରେ ନୂଆନେତ ଲାଗି କରାଯାଇଥିଲା। ପରେ ମଣିବାବାଙ୍କର ବଡସିଂହାର ବେଶ ସହ ସନ୍ଧ୍ୟାରେ ଏକବାର ଅନ୍ନଭୋଗ ନୀତି ଲାଗି କରାଯାଇଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ପୂର୍ବାଞ୍ଚଳ ଡିଆଇଜି ପିନାକି ମିଶ୍ର ସ୍ଥିତିର ସମୀକ୍ଷା କରିଥିବା ବେଳେ ଜିଲାପାଳ ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL