ଢାକା: ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ସାଧାରଣ ନିର୍ବାଚନରେ ଏକ ବିରାଟ ବିଜୟ ସହିତ, ସେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସ୍ଥାନରେ କାର୍ଯ୍ୟ କରିବେ।
ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନ ୪ଟାରେ ଢାକାର ସଂସଦ ଭବନର ଦକ୍ଷିଣ ପ୍ଲାଜାରେ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କୁ ଶପଥ ପାଠ କରାଇଥିଲେ। ତାରିକଙ୍କ ସହିତ ନୂତନ ସରକାରଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏଥିରେ ଡକ୍ଟର ଖଲିଲୁର ରହମାନ (ବୈଦେଶିକ ମନ୍ତ୍ରୀ), ସଲାହୁଦ୍ଦିନ ଅହମ୍ମଦ (ସ୍ୱରାଷ୍ଟ୍ର ମନ୍ତ୍ରୀ), ଡକ୍ଟର ଆମିର ଖସରୁ ମହମୁଦ (ଅର୍ଥ ଏବଂ ଯୋଜନା ମନ୍ତ୍ରୀ) ଏବଂ ଶାମା ଓବୈଦ (ବୈଦେଶିକ ରାଷ୍ଟ୍ରମନ୍ତ୍ରୀ) ସାମିଲ ଥିଲେ।
ଶପଥ ଗ୍ରହଣ ସମାରୋହ ପାଇଁ ବିଶ୍ୱର ବିଭିନ୍ନ ଦେଶକୁ ନିମନ୍ତ୍ରଣ କରାଯାଇଥିଲା। ଭାରତ ପକ୍ଷରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଉତ୍ସବରେ ଯୋଗଦେବା ପାଇଁ ଢାକାରେ ପହଞ୍ଚିଥିଲେ, ଯେଉଁଠାରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହା ବ୍ୟତୀତ, ମାଲେସିଆର ପ୍ରଧାନମନ୍ତ୍ରୀ, ପାକିସ୍ତାନ, ମାଳଦ୍ୱୀପ, ତୁର୍କୀ ଏବଂ ଶ୍ରୀଲଙ୍କାର ପ୍ରତିନିଧିମାନେ ଉତ୍ସବରେ ଉପସ୍ଥିତ ଥିଲେ। ଚୀନ୍, ସାଉଦି ଆରବ, ୟୁଏଇ ଏବଂ ବ୍ରୁନେଇକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।
କ୍ୟାବିନେଟ ମନ୍ତ୍ରୀମାନେ ଅନ୍ତର୍ଭୁକ୍ତ:
ମିର୍ଜା ଫଖରୁଲ ଇସଲାମ ଆଲାମଗିର, ଆମିର ଖୋଶରୁ ମହମୁଦ ଚୌଧୁରୀ, ସାଲାହୁଦ୍ଦିନ ଅହମ୍ମଦ, ଇକବାଲ ହାସନ ମହମୁଦ, ମେଜର (ଅବସର ମିନୁ, ନିତାଇ ରୟ ଚୌଧୁରୀ (ହିନ୍ଦୁ ନେତା), ଖଣ୍ଡକର ଅବଦୁଲ ମୁକତାଦିର, ଆରିଫୁଲ ହକ ଚୌଧୁରୀ, ଜାହିର ଉଦ୍ଦିନ ସ୍ୱପ୍ନ, ମହମ୍ମଦ ଅମିନ ଉର ରସିଦ, ଆଫ୍ରୋଜା ଖାନମ ରୀତା, ସହିଦ ଉଦ୍ଦିନ ଚୌଧୁରୀ ଅନି, ଅସଦୁଲ ହବିବ ଦୁଲୁ, ମହମ୍ମଦ ଅସଦୁଜମାନ ଏହସାନୁଲ ହକ ମିଲାନ, ସର୍ଦ୍ଦାର ମହମ୍ମଦ ସାଖୱାଟ ହୋସେନ, ଫାକିର ମହବବ ଅନାମ, ଏବଂ ଶେଖ ରାବିଲ ଆଲାମ ।
ତାରିକ ରହମାନ ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ; ୨୫ ମନ୍ତ୍ରୀ ଓ ୨୪ରାଜ୍ୟମନ୍ତ୍ରୀ ନେଲେ ଶପଥ





