ଭୁବନେଶ୍ୱର : ରକ୍ତରଞ୍ଜିତ ହେଲା ରାଜଧାନୀ । ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା । ଛୁରାମାଡ଼ରେ ଗଲା ଜୀବନ। ଭୁବନେଶ୍ବର ଜିଜିପି କଲୋନୀ ଖେଳ ପଡ଼ିଆରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ମହାରଣା । ଗତକାଲି ରାତିରେ ମୃତକ ଓ ତାଙ୍କର ୪ ସାଙ୍ଗ ଏକ ପାର୍କରେ ବସିଥିଲେ। ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ସାମାନ୍ୟ ବଚସାରୁ ଘଟିଥିଲା ହତ୍ୟାକାଣ୍ଡ । ଆଉ ୩ ଜଣ ଗୁରୁତର ହୋଇଛନ୍ତି । ଘଟଣାର ତଦନ୍ତ କରୁଛି ମଞ୍ଚେଶ୍ବର ଥାନା ପୋଲିସ । ଏବେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
୩ ମାସ ପୂର୍ବରୁ ହୋଇଥିଲା ମର୍ଡର ପ୍ଲାନ । ୟୁଟ୍ୟୁବ ରାହୁଲ ର ହତ୍ୟା ମାମଲାର ଛାନବିନ କରୁଛି ପୋଲିସ । କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ରାହୁଲଙ୍କ ବାସଭବନରେ ପହଁଚିଥିଲା ମର ଶରୀର । ଆଉ କିଛି ସମୟ ପରେ ହେବ ଶେଷକୃତ୍ୟ । କାନ୍ଦ ବୋବାଳିରେ ଫାଟୁଛି ଘର । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଜିଜିପି କଲୋନୀ ଖେଳ ପଡ଼ିଆରେ ହୋଇଥିଲା ହତ୍ୟାକାଣ୍ଡ । ମୃତ ଯୁବକ ଜଗନ୍ନାଥନଗରର ରାହୁଲ ମହାରଣା । ମୃତକ ଓ ତାଙ୍କର ୪ ସାଙ୍ଗ ପାର୍କରେ ବସିଥିବାବେଳେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ସାମାନ୍ୟ ବଚସାରୁ ଘଟିଥିଲା ହତ୍ୟାକାଣ୍ଡ । ରାହୁଲଙ୍କ ଛାତିକୁ ଛୁରୀରେ ଭୁଷି ହତ୍ୟା କରିଥିଲେ । ପୂର୍ବ ଶତ୍ରୁତା କିମ୍ବା ଟଙ୍କା ନେଣଦେଣକୁ ନେଇ ହତ୍ୟା କରାଯାଇଥିବା ପରିବାରଲୋକ ସନ୍ଦେହ କରୁଛନ୍ତି । ରାହୁଲ ମହାରଣାଙ୍କୁ ନ୍ୟାୟ ମିଳିବା ସହିତ ଦୋଷୀକୁ କଠୋର ଦଣ୍ଡ ଦେବା ଲାଗି ଦାବି କରିଛନ୍ତି ପରିବାର ।








