ଜାତୀୟ

ଶ୍ରୀନଗର ରାଜ୍ୟପାଳଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି; କଲା ଜରୁରୀ ଅବତରଣ

ଶ୍ରୀନଗର : ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ(ରିଟାୟର୍ଡ) ହେଲିକପ୍ଟରର ଜରୁରୀ ଅବତରଣ । ହେଲିକ୍ପଟରର ବୈଷୟିକ ତ୍ରୁଟି ଯୋଗୁଁ ଶ୍ରୀନଗର ଜିବିକେ ହେଲିପ୍ୟାଡରେ ଜରୁରୀ ଅବତରଣ କରିଛି । ପୋଲିସ ସୂଚନା ଅନୁସାରେ, ହେଲିକପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମସ୍ୟା ଆସିଛି । ରାଜ୍ୟପାଳଙ୍କ ହେଲିକପ୍ଟର ଜିବିକେ ହେଲିପ୍ୟାଡରେ ଅବତରଣ କରିବା ପରେ ଶ୍ରୀନଗର ସ୍ଥିତ ପୋଲିସ ଗେଷ୍ଟ ହାଉସକୁ ରାଜ୍ୟପାଳକୁ ନିଆଯାଇଛି ।

ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ହେଲିକପ୍ଟରରେ ଲକ୍ଷ୍ନୌରୁ କୌଶାମ୍ବୀ ଯାଉଥିଲେ । ଏହି ସମୟରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଥିବାର ଜଣାପଡିଥିଲା । ସୁରକ୍ଷାକୁ ଦେଖି ଲକ୍ଷ୍ନୌ ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ତେବେ ହେଲିକପ୍ଟର ଜରୁରୀ ଅବତରଣ ପରେ ଏହାର କ୍ୟାବିନରେ ଧୂଆଁ ଧୂଆଁ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL