ଓଡ଼ିଶା

ଜଳିଗଲା ଟ୍ରେଲର, ଅଳ୍ପକେ ବର୍ତ୍ତିଲେ ଚାଳକ

ବାଂଶପାଳ: ହୁ ହୁ ହୋଇ ଜଳିଗଲା ଟ୍ରେଲର । କେନ୍ଦୁଝର ଜିଲ୍ଲା ଜଗମୋହନ୍ ପୁର ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ଠାରୁ ଗୋଟିଏ କି.ମି. ଦୁରରେ ଏକ ଟ୍ରେଲର ଜଳୁଛି । ଘଟଣାସ୍ଥଳରେ ତେଲକୋଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଅଛି । ଅଳ୍ପକେ ବର୍ତ୍ତିଲେ ଚାଳକ ।

କିଛିଦିନ ପୂର୍ବରୁ ରାଜପଥରେ ଜଳିଯାଇଥିଲା ୧୬ ଚକିଆ ଟ୍ରକ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବେଲବାହାଳୀ ଗୁଞ୍ଜନ ହୋଟେଲ ସାମ୍ନାରେ ୨୦ନଂ ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଥିଲା ଟ୍ରକ ।  ସିଆପଡା ଛକ ନିକଟରେ ଥିବା ଗୁଞ୍ଜନ ହୋଟେଲକୁ ଡ୍ରାଇଭର ଗାଡି ରଖି ଖାଇବାକୁ ଯାଇଥିବା ବେଳେ ଅଚାନକ ଟ୍ରକ ଜଳିଯାଇଥିଲା ।  ସ୍ଥାନୀୟ ଲୋକେ ଗାଡିଟି ହୁ ହୁ ହୋଇ ଜଳୁଥିବା ଦେଖି ଡ୍ରାଇଭରକୁ ଜଣାଇବା ସହ ଘଷିପୁରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL