ଓଡ଼ିଶା

ଲଗାଣ ବର୍ଷା ଯୋଗୁଁ ବଢୁଛି ସାଳନ୍ଦୀ ଓ ଜଳକା ନଦୀର ଜଳସ୍ତର : ଅନେକ ତଳିଆ ଅଞ୍ଚଳ ପ୍ରଭାବିତ

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ହଠାତ୍ ‘ଆକସ୍ମିକ ବନ୍ୟା’ ଆସିବାର ଆଶଙ୍କା ଦେଖାଦେଇଛି। ବୃଦ୍ଧି ପାଉଛି ସାଳନ୍ଦୀ ନଦୀର ଜଳସ୍ତର। ସକାଳ ୭ଟା ସୁଦ୍ଧା ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ୧୬.୨୦ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଧିରେ ଧିରେ ଉପର ମୁଣ୍ଡରେ ଲାଗି ରହିଥିବା ବର୍ଷା ଓ ହଦଗଡ ଡ୍ୟାମ ଜଳ ନିଷ୍କାସନ ଯୋଗୁଁ ସାଳନ୍ଦୀ ଜଳସ୍ତର ବୃଦ୍ଧି ପାଉଛି। ଅନେକ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି। ଭଦ୍ରକ ବ୍ଲକର ଅନ୍ନପାଳ ପଞ୍ଚାୟାତ ରାଜମୁକୁନ୍ଦପୁର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ଗତ ଦୁଇଦିନ ତଳେ ଛାଡି ଯାଇଥିବା ବନ୍ୟା ପାଣି ଧିରେ ଧିରେ ସମଗ୍ର ଅଞ୍ଚଳକୁ କବଳିତ କରୁଛି। ଫଳରେ ଭଦ୍ରକ ବାସୀ ବାରମ୍ବାର ବନ୍ୟା କବଳରେ ପଡ଼ି କଲବଲ ହେଉଛନ୍ତି। ଜଳବନ୍ଦୀ ହୋଇ ରହିଛି ଅନେକ ଗାଁ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ଥିଲା ବେଳେ ଏବେ ଏହା ୧୯.୨୭ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଗତକାଲି ରାତିରୁ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି ।

ସେହିପରି ବଢୁଛି ଜଳକା ନଦୀର ଜଳସ୍ତର। ଆଉ ବସ୍ତାରେ ବଢ଼ୁଛି ବନ୍ୟା ଚିନ୍ତା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ର ନଦୀକୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବସ୍ତା ବ୍ଲକ୍‌ ଦରଡା ପଞ୍ଚାୟତର ମନ୍ଦ୍ରଡା ଗାଁ ଭିତରକୁ ପଶିଛି ବନ୍ୟାଜଳ। ଗାଁର ରାସ୍ତାଘାଟ ଏବେ ପାଣିରେ ବୁଡ଼ିଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ବାଧ୍ୟ ହୋଇ ପାଣି ଭିତରେ ଯାତାୟାତ କରୁଛନ୍ତି। ଲଗାଣ ବର୍ଷା ଲାଗି ରହିଲେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL