ଓଡ଼ିଶା

ଗ୍ରାମବାସୀ ପାଇବେ ସହରୀ ସୁବିଧା: ପଞ୍ଚାୟତରେ ହେବ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା। ପଞ୍ଚାୟତରାଜ ବିଭାଗରେ ହୋଇଛି SOP। ଏନେଇ ସୂଚନା ଦେଲେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ। ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ ରହିବ। ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଆଦର୍ଶ ମଣ୍ଡପ ବି ରହିବ। ଶ୍ମଶାନ, ଆଦର୍ଶ ହାଟ, ଗ୍ରାମୀଣ ପାର୍କ ଭଳି କାମ ହାତକୁ ନେବ ବିଭାଗ। ଆଦର୍ଶ ଖେଳ ପଡ଼ିଆ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର। ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ ଟଙ୍କା ଦେବେ ସରକାର।

ପଞ୍ଚାୟତିରାଜ ବିଭାଗ ପ୍ରତି ପଞ୍ଚାୟତରେ ବିକାଶମୂଳକ ପ୍ରକଳ୍ପରେ ଖର୍ଚ୍ଚ କରିବ ଦେଢ କୋଟିରୁ ୩ କୋଟି ଟଙ୍କା । ଯେଉଁ ପଞ୍ଚାୟତରେ ଜନସଂଖ୍ୟା ଅଧିକ ସେଠି ଖର୍ଚ୍ଚ ହେବ ଅଧିକ ପାଣ୍ଠି । ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ । ୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ଏହି ପ୍ରକଳ୍ପର ଶ୍ରୀଗଣେଶ କରି ଲୋକଙ୍କ ମନ ଜିଣିବେ । ନିଜ ସପକ୍ଷରେ ଭିଡିବେ ଭୋଟ୍ ।

ସରକାର ଆରମ୍ଭ କରିବେ ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ । ଗାଁର ବିକାଶ ପାଇଁ ସବୁ ଯୋଜନାକୁ ଦେବେ ବାସ୍ତବ ରୂପ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଲୋକଙ୍କ ସରକାର ଗାଁର ବିକାଶ ପାଇଁ ସଂକଳ୍ପବଦ୍ଧ। ସହରର ସମସ୍ତ ସୁବିଧା କିଭଳି ଗାଁରେ ବି ମିଳିବ ତାର ମାର୍ଗଦର୍ଶିକା ବିଭାଗ ପ୍ରସ୍ତୁତ କରିଛି । ଗ୍ରାମସଭା ବସିବ, ପ୍ରକଳ୍ପକ ଅନୁମୋଦନ ମିଳିବା ପରେ ଆରମ୍ଭ ହେବ କାମ । ସରକାର ଗ୍ରାମାଞ୍ଚଳରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବେ । ଲୋକଙ୍କ ପାଖରେ ପହଞ୍ଚାଇବେ ସମସ୍ତ ମୌଳିକ ସେବା । ମନ୍ତ୍ରୀଙ୍କ ଏହି ସୂଚନା ପରେ ସରକାର ଯେ, ମିଶନ ମୋଡରେ ପଞ୍ଚାୟତ ଭୋଟ୍ କୁ ଓହ୍ଲାଇବେ ତାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL