ଓଡ଼ିଶା

ଭାରସାମ୍ୟ ହରାଇ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

ରାଜନଗର: ଓଲଟିଲା ବସ । ୩୦ରୁ ଅଧିକ ଯାତ୍ରୀ ଆହତ । କଟକରୁ ରାଜନଗର ରଙ୍ଗଣୀ ଯାଉଥିବା ବେଳେ ଭାରସାମ୍ୟ ହରାଇ କଖାରୁଣୀ ଛକ ନିକଟରେ ବସ ଦୁର୍ଘଟଣା । ରାସ୍ତା ତଳକୁ ଘରୋଇ ବସ ଓଲଟିପଡ଼ିଛି । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ ଘରୋଇ ବସ୍ କଟକରୁ ଯାତ୍ରୀମାନଙ୍କୁ ନେଇ ରାଜନଗର ରଙ୍ଗଣୀ ଅଭିମୁଖେ ଯାଉଥିଲା। ତେବେ କଖାରୁଣୀ ଛକ ନିକଟରେ ହଠାତ୍ ବସ୍‌ଟି ଭାରସାମ୍ୟ ହରାଇଥିଲା । ଫଳରେ ବସ୍‌ଟି ରାସ୍ତା ତଳକୁ ଖସି ଓଲଟିପଡ଼ିଥିଲା ।

ଦୁର୍ଘଟଣା ସମୟରେ ବସ୍‌ରେ ବହୁ ସଂଖ୍ୟକ ଯାତ୍ରୀ ଥିବା ଜଣାପଡ଼ିଛି । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ମିଳିଛି । ମେଡିକାଲରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ବସ୍‌ଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ଅତ୍ୟଧିକ ବେଗ ନା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ କରାଯାଉଛି । ଦୁର୍ଘଟଣା ପରେ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL