ଓଡ଼ିଶା

ଖୁବଶୀଘ୍ର ବଜାରକୁ ଆସିବ ଓମଫେଡର ଆଇସକ୍ରିମ୍ ଓ ପାଣି; ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଆସିବାକୁ ଯାଉଛି ଓମଫେଡ୍‌ର ନୂଆ ଉତ୍ପାଦ। ଓମଫେଡର ବଡ଼ ଧମାକା ବଜାରକୁ ଆସିବ ଓମଫେଡ ଆଇସକ୍ରିମ୍ । ଓମଫେଡ ଆଣିବ ନିଜସ୍ବ ଆଇସକ୍ରିମ । ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ । ବିଭିନ୍ନ ଫ୍ଲେଭରରେ ଆସିବ ଓମଫେଡ ଆଇସକ୍ରିମ । ସେହିପରି ଓମଫେଡ ପାଣି ବି ଆସିବ । ଏନେଇ ବୋର୍ଡରେ ଆଲୋଚନା ଚାଲିଥିବା କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୋର୍ଡ ଅନୁମୋଦନ ପରେ ଏହା ବଜାରକୁ ଆସିବ । ଗୁଣବତ୍ତା ପାଇଁ ତ୍ରିସ୍ତରୀୟ ଚେକିଂ ହୁଏ । ଫ୍ୟାଟ ଚେକିଂ ହୁଏ,ଅପମିଶ୍ରଣ ହୁଏନି, ଯଦି ଅପମିଶ୍ରଣ ହୁଏ, କାର୍ଯ୍ୟାନୁଷ୍ଠାନ ନିଆଯାଏ ।

ଓମଫେଡ କ୍ଷୀର ଦର ଦୁଇ ଟଙ୍କା ବଢିଛି । ଯାହା ଦ୍ୱାରା କୃଷକ ଅଧିକ ସ୍ୱାବଲମ୍ବି ହେବେ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ, ଓମଫେଡ୍‌ କ୍ଷୀର ଦରରେ ଦୁଇ ଟଙ୍କା ବୃଦ୍ଧି ହୋଇଛି । କ୍ଷୀର ଦର ବୃଦ୍ଧି ଦ୍ୱାରା ଦୁଗ୍ଧ ଚାଷୀମାନେ ଅଧିକ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଓମଫେଡ୍‌ର ନୂଆ ଉତ୍ପାଦ ବଜାରକୁ ଆସିଲେ ଗ୍ରାହକଙ୍କୁ ଅଧିକ ବିକଳ୍ପ ମିଳିବା ସହ ଚାଷୀମାନେ ମଧ୍ୟ ଲାଭ ପାଇବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL