ଓଡ଼ିଶା

ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ବରଗଡ଼: ବରଗଡ଼ ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ପତ୍ନୀକୁ ପିଟି ପିଟି ମାରି ଦେଲା ସ୍ବାମୀ । ବରଗଡ଼ରେ ବଡ଼ ଅଘଟଣ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ। ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡ଼ତିଆ ଟିକ୍ରା ଗାଁରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ମୃତ ସ୍ତ୍ରୀ ହେଲେ ଭାଗ୍ୟବତୀ ଖଡ଼ିଆ ଏବଂ ଅଭିଯୁକ୍ତ ସ୍ୱାମୀ ରାଜକୁମାର ଖଡ଼ିଆ । ଘଟଣାସ୍ଥଳକୁ ପହଞ୍ଚି ଅତାବିରା ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଖବର ପାଇ ଅତାବିରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ପୋଲିସ ପକ୍ଷରୁ ଘଟଣାର ଛାନଭିନ୍‌ ଆରମ୍ଭ କରାଯାଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ଘଟଣାସ୍ଥଳରୁ ଆବଶ୍ୟକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ପରିବାର ଓ ସ୍ଥାନୀୟ ଲୋକଙ୍କଠାରୁ ମଧ୍ୟ ପଚରାଉଚରା କରାଯାଉଛି। ଏହି ଘଟଣାକୁ ନେଇ ଗଡ଼ତିଆ ଟିକ୍ରା ଗାଁରେ ଶୋକ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ତେବେ ତଦନ୍ତ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ କାରଣ ଓ ହତ୍ୟାକାଣ୍ଡ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL