ଓଡ଼ିଶା

ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ନୂଆଖାଇ ପର୍ବ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାରେ ମୁଖରିତ ହୋଇଉଠିଥିବା ବେଳେ ସମ୍ବଲପୁରସ୍ଥିତ ମା’ ସମଲେଶ୍ୱରୀଙ୍କ ନିକଟରେ ‘ନବାନ୍ନ’ ଲାଗି କରାଯାଇଛି। ଚଳିତ ଋତୁର ପ୍ରଥମ ନୂଆ ଚାଉଳରୁ ପ୍ରସ୍ତୁତ ଅନ୍ନକୁ ନବାନ୍ନ ରୂପେ ମାଙ୍କ ନିକଟରେ ଲାଗି କରାଯାଇଛି। ଏହି ପ୍ରମୁଖ କୃଷିଭିତ୍ତିକ ପର୍ବ ‘ନୂଆଖାଇ’କୁ ପଶ୍ଚିମାଞ୍ଚଳର ସହର ଓ ଗ୍ରାମାଞ୍ଚଳରେ ଲୋକମାନେ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରିଥିଲେ।

ପୂର୍ବନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ଅନୁଯାୟୀ ସକାଳ ୯ଟା ୪୦ ମିନିଟ୍‌ରୁ ୯ଟା ୫୪ ମିନିଟ୍ ମଧ୍ୟରେ ଏହି ନବାନ୍ନ ଲାଗି କରାଯାଇଥିଲା। ଏହି କୃଷିଭିତ୍ତିକ ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତେବେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ପାରମ୍ପାରିକ ନୂଆଖାଇ ପର୍ବର ଅଂଶବିଶେଷ ଭାବେ ଲୋକମାନେ ନିଜ ନିଜ ଘରେ ନୂଆ ଅମଳର ଚାଉଳରୁ ପ୍ରସ୍ତୁତ ଅନ୍ନ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL