ମାଲକାନଗିରି : ମାଲକାନଗିରିରେ ବଡ଼ ଧରଣର ଭୂସ୍ଖଳନ । ଭୂସ୍ଖଳନ ଯୋଗୁଁ ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା କମିଛି, ମାତ୍ର ଧୋଇଯାଇଛି ରାସ୍ତା । ଭୂସ୍ଖଳନ ସହ ରାସ୍ତା ଧୋଇଯିବାରୁ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ତେଲେରାଇ ପଞ୍ଚାୟତର ମାନବକୁଣ୍ଡା, କୁର୍ମାନୁର ପଞ୍ଚାୟତ ଅଧିକ କ୍ଷତିଗ୍ରସ୍ତ । ମାନବକୁଣ୍ଡାରୁ ସାଇଲ ରାସ୍ତାର ପ୍ରାୟ ୫୦ରୁ ୬୦ ମିଟର ଧୋଇଗଲା । କୁର୍ମାନୁର ଯିବା ରାସ୍ତାର ମାଛଘାଟି ନିକଟରେ ପ୍ରାୟ ୧୦୦ ମିଟର ଧୋଇଗଲା । ରାଜଲକୋଣ୍ଡାରୁ ଏଲକାନୁର ଯିବା ରାସ୍ତାରେ ମଧ୍ୟ ୫୦ ମିଟର ଧୋଇଗଲା ମାଲକାନଗିରିରେ ଭୂସ୍ଖଳନ। କାଲିମେଳା ବ୍ଲକର ମାଛଘାଟିରେ ଭୂସ୍ଖଳନ ହୋଇଛି। ଫଳରେ ୧୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ୍ରାଫ୍ ଟିମ୍।
ମାଲକାନଗିରିରେ ଭୂସ୍ଖଳନ: ଧୋଇଗଲା ରାସ୍ତା, ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ









