ଓଡ଼ିଶା

ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ଗୁଳିମାଡ଼

ପୁରୀ: ପୁରୀ ବ୍ରହ୍ମଗିରିରେ ଗୁଳିମାଡ଼। କାଳିକାବାଡ଼ିରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତୋଫାନ କୁମାର ପାହାଳଙ୍କ ପେଟରେ ବାଜିଛି ଗୁଳି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଏ କାହିଁକି ତାଙ୍କୁ ଗୁଳି ମାରିଲା ତାର କାରଣ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି ।

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କାଳିକାବାଡ଼ି ଗାଁରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତୋଫାନ କୁମାର ପାହାଳଙ୍କ ପେଟରେ ବାଜିଛି ଗୁଳି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ପାରିବାରିକ ବିବାଦକୁ ନେଇ ସମ୍ପର୍କୀୟ ଭାଇ ଗୁଳିମାଡ଼ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ରବିବାର ଗାଁ ନିକଟରେ ଥିବା ତ୍ରୈଲୋକନାଥ ମନ୍ଦିର ପାଖରେ ଏକ ବୈଠକ ବସିଥିଲା । ବୈଠକରେ ବଡ଼ ବାପା ପୁଅ ଓ ଦାଦା ପୁଅ ମଧ୍ୟରେ ବିବାଦ ଦେଖାଯାଇଥିଲା । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବୁଲୁ ପାହାଳ ନିଜ ବନ୍ଧୁକରୁ ଗୁଳି କରିଥିଲେ । ତୋଫାନ ପେଟରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ତଦନ୍ତ କରୁଛି । ପୁରୀ ଏସଡିପିଓ, ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର ପହଞ୍ଚିଛନ୍ତି । ଗାଁରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL