ଜାତୀୟ

ସ୍ମିତଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ଇସ୍ରାଏଲ୍ ସ୍ୱାଧୀନତା ଦିବସ ପାଇଁ ମୋଦିଙ୍କ ସହ ନିମନ୍ତ୍ରଣ

ନୂଆଦିଲ୍ଲୀ: ଇସ୍ରାଏଲ୍ ସ୍ୱାଧୀନତା ଦିବସ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ପାଇଲଟ୍ ସ୍ମିତ ମାଚ୍ଛରଙ୍କୁ ନେତନ୍ୟାହୁଙ୍କ ନିମନ୍ତ୍ରଣ । ବିମାନ ଉଡ଼ାଣ ବେଳେ ଅସାଧାରଣ ସାହସ ପ୍ରଦର୍ଶନ କରି ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଇସ୍ରାଏଲ୍ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ସେହିପରି ନେତନ୍ୟାହୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କ୍ୟାପ୍ଟେନ୍ ସ୍ମିତଙ୍କ ସହ ଟେଲିଫୋନ୍ ରେ କଥା ହୋଇ ତାଙ୍କୁ “ଇସ୍ରାଏଲ୍, ଭାରତ ଓ ସମଗ୍ର ବିଶ୍ୱର ପ୍ରକୃତ ନାୟକ” ବୋଲି ପ୍ରଶଂସା କରିଛନ୍ତି । ଏଥିସହ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଇସ୍ରାଏଲ୍ ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହରେ ପାରମ୍ପରିକ ପବିତ୍ର ଅଗ୍ନିଶିଖା ପ୍ରଜ୍ଜ୍ୱଳନ କରିବା ପାଇଁ ସେ କ୍ୟାପ୍ଟେନ୍ ସ୍ମିତ ଏବଂ ଭାରତର ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦୀଙ୍କୁ ସମ୍ମାନପୂର୍ବକ ନିମନ୍ତ୍ରଣ ଜଣାଇଛନ୍ତି । ଏହାସହ ଘଟଣା କେମିତି ଘଟିଲା, ସ୍ମିତ୍ କେମିତି କକପିଟର ଦ୍ୱାର ଖୋଲିଥିଲେ ସେ ସବୁ ବିଷୟରେ ପଚାରି ବୁଝିତିଲେ ନେତନ୍ୟାହୁ ।

ଗତ ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ‘ଫ୍ଲାଏଦୁବାଇ’ର ବିମାନ ରେ ଏକ ଭୟାନକ ଘଟଣା ଘଟିଥିଲା । ବିମାନର ସହ-ପାଇଲଟ୍ କକପିଟ୍ ଭିତରେ ହଠାତ୍ ମୁଖ୍ୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଛୁରାମାଡ଼ କରିଥିଲା । ଏହି ସଂଘର୍ଷ ଯୋଗୁଁ ବିମାନଟି ମାତ୍ର ୩୦ ସେକେଣ୍ଡ ମଧ୍ୟରେ ପ୍ରାୟ ୧୪,୦୦୦ ଫୁଟ୍ ତଳକୁ ଖସି ଆସିଥିଲା । ଗୁରୁତର ଭାବେ ରକ୍ତାକ୍ତ ହୋଇ ମଧ୍ୟ କ୍ୟାପ୍ଟେନ୍ ସ୍ମିତ ଆକ୍ରମଣକାରୀ ସହ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି କକପିଟ୍ କବାଟ ଖୋଲିବାରେ ସଫଳ ହୋଇଥିଲେ। ଫଳରେ ଯାତ୍ରୀ ଏବଂ ଅନ୍ୟ କ୍ରିଉ ସଦସ୍ୟମାନେ ଭିତରକୁ ଆସି ଆକ୍ରମଣକାରୀକୁ କାବୁ କରିବା ସହ ବିମାନର ଭାରସାମ୍ୟ ଫେରାଇ ଆଣିଥିଲେ । ବିମାନଟି ସାଉଦି ଆରବର ତାବୁକ ବିମାନବନ୍ଦରରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିବା ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL