ଓଡ଼ିଶା

ଦୁଇ ଟ୍ରେଲର ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଡ୍ରାଇଭରଙ୍କ ଜୀବନ

ସୁନ୍ଦରଗଡ଼: ଦୁଇ ଟ୍ରେଲର ମୁହାଁମୁହିଁ  । ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଅଉଁଳାବାହାଲ ଛକ ନିକଟରେ ଛାତିଥରା ସଡ଼କ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଦୁଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା ।  ଫଳରେ ଗାଡ଼ି ଭିତରେ ଫସି ରହିଥିବା ଦୁଇ ଚାଳକଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଉଭୟ ଡ୍ରାଇଭର ବିହାରର ହୋଇଥିବା ସୂଚନା ମିଳିଛି । ଲେଫ୍ରିପଡ଼ା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ଘଟଣା କିପରି ଘଟିଲା ଏବଂ ଏଥିପାଇଁ କିଏ ଦାୟୀ, ସେନେଇ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL