ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ଗୋରୁମହିଷାଣୀ ଥାନା ଅଧୀନ ମଢ଼େଇକଚା ପଞ୍ଚାୟତ କାକୁଡ଼ିରୁମା-ଖେଜୁରୀ ଗାଁରେ ଜଣେ କବିରାଜ (ଆୟୁର୍ବେଦ ଚିକିତ୍ସକ)ଙ୍କୁ ହତ୍ୟା କରାଯାଇଛି।
ଗୁଣି ସନ୍ଦେହରେ କବିରାଜଙ୍କୁ ବିଭତ୍ସ ହତ୍ୟା


ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ଗୋରୁମହିଷାଣୀ ଥାନା ଅଧୀନ ମଢ଼େଇକଚା ପଞ୍ଚାୟତ କାକୁଡ଼ିରୁମା-ଖେଜୁରୀ ଗାଁରେ ଜଣେ କବିରାଜ (ଆୟୁର୍ବେଦ ଚିକିତ୍ସକ)ଙ୍କୁ ହତ୍ୟା କରାଯାଇଛି।
ସୂଚନାନୁସାରେ, ମୃତକ ଜଣକ ହେଉଛନ୍ତି ଗୋରୁମହିଷାଣୀ ଥାନା ତାଣ୍ଡିପାଣି ଗ୍ରାମର ବୁଧୁ ପିଙ୍ଗୁଆଙ୍କ ପୁଅ ରାମେଶ୍ୱର ପିଙ୍ଗୁଆ (୪୫)। ସେ ଦୀର୍ଘ ବର୍ଷ ହେଲା ଚେରମୂଳି ଓ ପାରମ୍ପରିକ ଔଷଧ ବିକ୍ରି କରି ପରିବାର ପୋଷଣ କରୁଥିଲେ। ପ୍ରତି ଶନିବାର ବିଶୋଇ ସାପ୍ତାହିକ ହାଟରେ ଦୋକାନ ପକାଉଥିଲେ। ଗତକାଲି (ଶନିବାର) ସେ ବ୍ୟବସାୟୀ ସାରି ରାତି ପ୍ରାୟ ୮ଟା ବେଳେ ରାମେଶ୍ବର ହାଟରୁ ନିଜର ମୋଟରସାଇକଲରେ କାକୁଡ଼ିରୁମା-ଖେଜୁରୀ ଜଙ୍ଗଲରାସ୍ତାରେ ଘରକୁ ଫେରୁଥିଲେ। ଏହି ରାସ୍ତାରେ ତାଙ୍କୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।
ଆଜି ସକାଳେ ଉକ୍ତ ରାସ୍ତା ଦେଇ ଯାଉଥିବା କେତେକ ଲୋକ ରାମେଶ୍ବରଙ୍କ କ୍ଷତାକ୍ତ ମୃତଦେହ ଦେଖି ପୁଲିସକୁ ସୂଚିତ କରିଥିଲେ। ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲା। ନିକଟରେ ଏକ ବଡ଼ ତେଲେଙ୍ଗାନା ଧାରୁଆ ଖଣ୍ଡା ଓ ରମେଶ୍ବରଙ୍କ ମୋଟରସାଇକଲ୍ ଓଲଟି ପଡ଼ିଥିଲା। ରାମେଶ୍ବରଙ୍କ ମୁହଁ, ବେକ ଓ ପିଠିରେ ଗଭୀର ଆଘାତ ଲାଗିଥିଲା।
ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା, ଏସଡିପିଓ ବୀରେନ୍ଦ୍ର ସେନାପତି, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି। ରାମେଶ୍ବରଙ୍କୁ ଯୋଜନା ଅନୁସାରେ ଉକ୍ତ ନିଛାଟିଆ ରାସ୍ତାରେ ଛକି ରହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଶବକୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ଥାନାରେ କେସ୍ ନଂ ୧୨୩/୨୬ରେ ହତ୍ୟା ମାମଲା ରୁଜୁ ହୋଇଛି । ତଦନ୍ତ ଅଧିକାରୀ କହିଛନ୍ତି, ଏଯାଏଁ ଘଟଣାର ଅଭିଯୁକ୍ତ ଚିହ୍ନଟ ହୋଇନାହାନ୍ତି। ତେବେ ଘଟଣାର ଦୁଇଟି ଦିଗରୁ ତଦନ୍ତ ଚାଲିଛି। ରାମେଶ୍ୱର କବିରାଜୀ କରୁଥିବାରୁ ତାଙ୍କୁ ଗ୍ରାମାଞ୍ଚଳରେ ଅନେକେ ଗୁଣିଆ ସନ୍ଦେହ କରୁଥିଲେ କି? ନା ହାଟରୁ ଫେରିଲା ବେଳେ ପାଖରେ ଥିବା ଟଙ୍କା ଲୁଟ୍ ପାଇଁ ହତ୍ୟା?
“ଆଜିର ଦୁନିଆ: ଓଡିଆଙ୍କୁ ସଶକ୍ତ କରିବା, ଜୀବନକୁ ସମୃଦ୍ଧ କରିବା”
ମୁଖ୍ୟ ସମ୍ପାଦକ: ସୁଦର୍ଶନ ଛୋଟରାୟ
Editor-in-Chief: Sudarshan Chhotoray






This News and Current Affairs Website is published & owned by The Info News India-Ajira Dunia Media Ventures
Ajira Dunia @2024. All Rights Reserved || Developed By CBSPL