ନୂଆଦିଲ୍ଲୀ: ଆଉ ୬ ଦିନ ପରେ ନଭେମ୍ବର ମାସ ଆରମ୍ଭ ହେବ। ସେପ୍ଟେମ୍ବର ମାସରେ ବ୍ୟାଙ୍କିଂ ସେକ୍ଟରରେ ଆନ୍ଦୋଳନ, ଓ ସରକାରୀ ଛୁଟି ଯୋଗୁ କିଛିଦିନ ବ୍ୟାଙ୍କ ଛୁଟି ରହିଥିଲା। ଅକ୍ଟୋବରରେ ବି ଏହି ସେକ୍ଟର ଚାପରେ ରହିଥିଲା। ନଭେମ୍ବର ମାସରେ ମଧ୍ୟ ପ୍ରାୟ ଅଧାଦିନ ବ୍ୟାଙ୍କ ଛୁଟି ରହିବ।
ବିଭିନ୍ନ ରାଜ୍ୟ ଓ ସହରରେ ମୋଟ ୧୬ ଦିନ ବ୍ୟାଙ୍କ ଛୁଟି ରହିବ। ମାସରେ ୫ ଟି ରବିବାର ପଡ଼ୁଥିବା ବେଳେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ ଅଲଗା ଅଲଗା ଜାଗାରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେଣୁ ଯଦି ଆପଣଙ୍କର ବ୍ୟାଙ୍ଖରେ କାମ ଅଛି ତେବେ କେଉଁଦିନ ସବୁ ଛୁଟି ରହିବ ଆସନ୍ତୁ ଜାଣିବା।
କେଉଁ କେଉଁ ଦିନ ଶନିବାର ଛୁଟି ଓ କେଉଁ ଦିନ ରବିବାର ଛୁଟି ରହିବ ?
ନଭେମ୍ବର ୧୪ ତାରିଖ ମାସରେ ଦ୍ୱିତୀୟ ଶନିବାର ହେଉଥିବାରୁ ଏହି ମାସ ବ୍ୟାଙ୍କ ବନ୍ଦ ରହିବ। ୨୮ ନଭେମ୍ବର ଚତୁର୍ଥ ଶନିବାର ପଡ଼ୁଥିବାରୁ ଏହି ଦିନ ବି ବ୍ୟାଙ୍କ ବନ୍ଦ ରହିବ। ସେହିପରି ନଭେମ୍ବରେ ୫ଟି ରବିବାର ପଡ଼ିବ। ନଭେମ୍ବର ପହିଲା ରବିବାର ଥିବାରୁ ମାସ ଆରମ୍ଭରୁ ବ୍ୟାଙ୍କ ଛୁଟି ରହିବ। ସେହିପରି ୮ ନଭେମ୍ବର, ୧୫, ୨୨ ଓ ୨୯ ନଭେମ୍ବର ବ୍ୟାଙ୍କ ଛୁଟି ରହିବ।
ତେବେ ଏହି ଛୁଟିଦିନଗୁଡିକରେ ଗ୍ରାହକ ଅନଲାଇନ ବ୍ୟାଙ୍କିଙ୍ଗରେ ସମସ୍ତ କାମ କରିପାରିବେ। ଏଟିଏମ୍ ବି ଚାଲୁ ରହିବ। ତେବେ ଯେଉଁ କାମଗୁଡ଼ିକ କରିବାକୁ ବ୍ୟାଙ୍କ ଯିବାକୁ ପଡ଼ିବ ସେଥିରେ ଗ୍ରାହକଙ୍କୁ ସାମାନ୍ୟ ସମସ୍ୟା ହୋଇପାରେ।
ସୂଚନା ଥାଉକି ସେପ୍ଟେମ୍ବର ମାସରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିଲା। ସପ୍ତାହରେ ମାତ୍ର ୫ ଦିନ ବ୍ୟାଙ୍କ କାର୍ଯ୍ୟ ଦିବସ, ପିଏଲ୍ଆଇ,ଅନ୍ୟାନ୍ୟ ଦାବି ନେଇ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିଲା। ଏହାପରେ ସେପ୍ଟେମ୍ବର ୨୮, ୨୯ ଓ ୩୦ ତାରିଖ ବ୍ୟାଙ୍କ ବନ୍ଦ ରହିଥିଲା।







