ଓଡ଼ିଶା

ଗାଁରେ ପଶିଲା ବନ୍ୟା ପାଣି, ଭାସିଗଲା ୨୦ ଘର

ଭଞ୍ଜନଗର: ଗାଁ ଭିତରେ ପଶିଲା ବନ୍ୟା ପାଣି । ଧୋଇ ନେଇଗଲା ୨୦ ଘର । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡିପାବାଲି ଭୂସ୍ଖଳନ ଘଟଣା ପରେ, ଆଉ ଏକ ଭୟଙ୍କର ଘଟଣା ନଜରକୁ ଆସିଛି । କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ ଗାଁର ପଞ୍ଚାୟତ ଘରକୁ ନଦୀ ଭସାଇ ନେଇଛି ଡହ ନଦୀ ।

ଏହା ସହ ଗୋଟିଏ ସାହିର ପ୍ରାୟ ୨୦ ଟି ଘରର ପଛ ଭାଗ ଧୋଇ ହୋଇଯାଇଛି । ବାତ୍ୟା ଅର୍ଣ୍ଣବ ପରେ ଗାଁ କୁ ଲାଗି ରହିଥିବା ଡହ ନଦୀରେ ବନ୍ୟାଜଳ ଆସିଥିଲା । ଯାହା ଫଳରେ ଉପର ମୁଣ୍ଡରେ ରହିଥିବା ସ୍ଥାୟୀ ସେତୁଟି ଭାଙ୍ଗି ଗାଁ ଭିତରକୁ ନଦୀ ମାଡ଼ି ଯାଇଥିଲା । ବର୍ତ୍ତମାନ ଗ୍ରାମବାସୀଙ୍କ ସମେତ କ୍ଷତିଗ୍ରସ୍ତ ପରିବାରର ଭୟଭୀତ ଅବସ୍ଥାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL