ନୂଆଦିଲ୍ଲୀ: ସ୍ପେନ୍ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାଦ୍ରିଦ୍ ନିକଟରେ ଘଟିଥିବା ଭୟଙ୍କର ହାଇ-ସ୍ପିଡ୍ ରେଳ ଦୁର୍ଘଟଣାରେ ୬୯ ଜଣଙ୍କର ମୃତ୍ୟୁ ପରେ ଦେଶର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଦୁଇଟି ବଡ଼ ରେଳ ଦୁର୍ଘଟଣା ଘଟିବା ପରେ ନୈତିକତା ଓ ରାଜନୈତିକ ଦାୟିତ୍ୱବୋଧ ସ୍ୱୀକାର କରି ସେ ଏହି ପଦକ୍ଷେପ ନେଇଛନ୍ତି। ମନ୍ତ୍ରୀ ସଂସଦରେ କହିଛନ୍ତି ଯେ, ‘ ଏତେ ବଡ଼ ଦୁର୍ଘଟଣା ପରେ ସେ ଆଉ ନିଜ ପଦରେ ରହିବା ନୈତିକ ଦୃଷ୍ଟିରୁ ଉଚିତ୍ ନୁହେଁ ‘। ସ୍ପେନ୍ ପରି ଏକ ଦେଶର ମନ୍ତ୍ରୀ କେବଳ ଦାୟିତ୍ୱ ନେଇ ଇସ୍ତଫା ଦେଇଥିବା ବେଳେ, ଅନ୍ୟପଟେ ଭାରତରେ ଦୁଇ ଦୁଇ ଥର ବଡ଼ ରେଳ ଦୁର୍ଘଟଣା ଘଟି ଶହ ଶହ ଲୋକ ପ୍ରାଣ ହରାଇଥିଲେ ମଧ୍ୟ ରେଳ ମନ୍ତ୍ରୀ ଇସ୍ତଫା ଦେଇ ନଥିଲେ। ବାଲେଶ୍ୱରର ଭୟଙ୍କର ବାହାନଗା ଦୁର୍ଘଟଣା ହେଉ କିମ୍ବା ପରବର୍ତ୍ତୀ ସମୟରେ ଘଟିଥିବା ଦୁର୍ଘଟଣା, ଯାହାକୁ ନେଇ ସେତେବେଳେ ପ୍ରଚଣ୍ଡ ବିରୋଧ ଓ ସମାଲୋଚନା ହୋଇଥିଲା।
ସ୍ପେନ୍ରେ ରେଳ ଦୁର୍ଘଟଣାରେ ୬୯ ଜଣଙ୍କ ମୃତ୍ୟୁ : ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ






