ଓଡ଼ିଶା

ବାତ୍ୟା ଓ ବନ୍ୟା ପାଇଁ ଗଞ୍ଜାମରେ ୫୧୧ଟି ଶିକ୍ଷାନୁଷ୍ଠାନ ପ୍ରଭାବିତ, ୯ରୁ ଖୋଲିବ ସ୍କୁଲ

ବ୍ରହ୍ମପୁର: ଗଞ୍ଜାମରେ ଆଜି ଖୋଲିଲାନି ସ୍କୁଲ । ଆସନ୍ତା ୯ ତାରିଖରୁ ଖୋଲିବ ଶିକ୍ଷାନୁଷ୍ଠାନ। ପୂଜା ଓ ବାତ୍ୟା ଛୁଟି ପରେ ଆଜିଠାରୁ ସ୍କୁଲ ଖୋଲିବାର ଥିଲା । କିନ୍ତୁ ବାତ୍ୟା ଓ ବନ୍ୟାର ପ୍ରଭାବ ଯୋଗୁଁ ସ୍କୁଲ ଖୋଲିବା ତାରିଖ ଘୁଞ୍ଚାଇ ଦିଆଯାଇଛି । ବାତ୍ୟା ଓ ବନ୍ୟା ଯୋଗୁ ଜିଲ୍ଲାର ୫୧୧ଟି ଶିକ୍ଷାନୁଷ୍ଠାନ ପ୍ରଭାବିତ ହୋଇଛି । ଅନେକ ସ୍କୁଲ ଜଳମଗ୍ନ ହୋଇଯାଇଥିବାରୁ କେଉଁଠି କାନ୍ଥ ଭାଙ୍ଗିଛି ତ କେଉଁଠି ଶ୍ରେଣୀ ଗୃହ ଭାଙ୍ଗିଛି । ଆଉ କେଉଁଠି କଂପ୍ୟୁଟର ଭାଙ୍ଗିଛି ତ କେଉଁଠି ରେକର୍ଡ ପତ୍ର ଭାସିଯାଇଛି  lଏହି କ୍ଷୟକ୍ଷତିର ପରିମାଣ ପ୍ରାୟ ୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏବେ ୩୮୨ ବିଦ୍ୟାଳୟର ମରାମତି ସରିଥିବାବେଳେ ଆହୁରି ୧୨୯ ସ୍କୁଲର ମରାମତି ବାକି ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଆସନ୍ତା ୯ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL