ଓଡ଼ିଶା

ପାଉଁଶ ପରିବହନକୁ ନେଇ ରାଇଜ୍‌ ଅଫିସ୍‌ରେ ଗୁଳିକାଣ୍ଡ, ଜଣେ ମୃତ

ସୁନ୍ଦରଗଡ଼: ଭସ୍କା ଥାନା ଅନ୍ତର୍ଗତ ଦର୍ଲିପାଲି ଏନଟିପିସି (NTPC) ଅଞ୍ଚଳରେ ପାଉଁଶ ପରିବହନ (Fly Ash Transportation) କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ବିବାଦ ଉଗ୍ର ରୂପ ନେଇଛି। ଗତକାଲି ଦରଲିପାଲି ରାଇଜ୍‌ ଅଫିସ୍‌ରେ ୟୁଏଫ୍‌ଟିଓଏର କିଛି କର୍ମକର୍ତ୍ତା ପଶି ମାରପିଟ୍‌ କରିବା ସହ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି । ଏଏହି ଘଟଣାରେ ଗୁଳିମାଡ଼ ମଧ୍ୟ ହୋଇଛି। ଗୁଳିମାଡ଼ ଯୋଗୁଁ ସୁନୀଲ ନେଟି ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି।

ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ । ପ୍ରତିବାଦରେ ୟୁଏଫ୍‌ଟିଓଏ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଦରଲିପାଲି ଅଞ୍ଚଳରେ ଥିବା ଏକ କାର୍‌କୁ ଜାଳି ଦେଇଛନ୍ତି । ଘଟଣା ସମୟର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି । ଏନଟିପିସି ଦର୍ଲିପାଲିରୁ ପାଉଁଶ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକରୁ ବେଆଇନ ଚାନ୍ଦା ଆଦାୟ ଏବଂ ବ୍ୟବସାୟିକ ଆଧିପତ୍ୟକୁ ନେଇ ଦୁଇଟି ଶ୍ରମିକ ସଂଘ ବା ୟୁନିୟନ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଚାଲିଥିଲା। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ପରେ ମାରପିଟ୍ ହୋଇଥିଲା। ଏହି ସମୟରେ ବିରୋଧୀ ଗୋଷ୍ଠୀର ଜଣେ ସଦସ୍ୟ ଗୁଳି ଚଳାଇଥିଲେ, ଯାହା ସୁନୀଲଙ୍କ ଛାତିରେ ବାଜିଥିଲା।

ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ଗୁଳିଚାଳନା କରିଥିବା ଅଭିଯୁକ୍ତ ଯୁବକ ଏବେ ଫେରାର ଥିବା ଜଣାପଡ଼ିଛି । ପୋଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ସୁନ୍ଦରଗଡ଼ ପୁଲିସ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ଗୁଡ଼ିକ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ତନାଘନା ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL