ଓଡ଼ିଶା

EOW ସ୍କାନରରେ ପୂର୍ବତନ ସାଂସଦ, ଏନ୍. ଭାସ୍କର ରାଓଙ୍କ ଘରେ ଚଢ଼ାଉ

ରାୟଗଡ଼ା : ୮୦ କୋଟି ହେରଫେର ମାମଲା । ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ଚଢ଼ାଉ । ରାୟଗଡ଼ାରେ EOW ର ବଡ଼ କାର୍ଯ୍ୟାନୁଷ୍ଠାନ । ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଘରେ ୨୫ ଜଣିଆ ଟିମର ଯାଞ୍ଚ । EOW ସ୍କାନରରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ । ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲା । ଭାସ୍କର ରାଓଙ୍କ ରାୟଗଡ଼ା ବାସଭବନରେ EOW ପକ୍ଷରୁ ଚଢ଼ାଉ କରାଯାଇଛି।

EOW ର ଏକ ୨୫ ଜଣିଆ ଟିମ୍ ଗତ ଦୁଇ ଦିନ ହେବ ରାୟଗଡ଼ାରେ ଡେରା ପକାଇ ଏହି ଖୋଳତାଡ଼ ଚଳାଇଛନ୍ତି। ଟ୍ରକ୍ ମାଲିକ ସଂଘର ପୂର୍ବତନ ସଭାପତି ୱାଇ. ଭେଙ୍କଟେଶ୍ୱର ରାଓ ୮୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ନେଇ ଅଭିଯୋଗ କରିଥିଲେ। ରାୟଗଡ଼ା ପୋଲିସ ପ୍ରଥମେ ଏହାର ତଦନ୍ତ କରିବା ପରେ ମାମଲାଟି କ୍ରାଇମବ୍ରାଞ୍ଚର EOW କୁ ହସ୍ତାନ୍ତର କରାଯାଇଥିଲା। ତେବେ ଚଢ଼ାଉ ସମୟରେ ଭାସ୍କର ରାଓ ଘରେ ଉପସ୍ଥିତ ନଥିବା ଜଣାପଡ଼ିଛି। ଭାସ୍କର ରାଓଙ୍କ ଘରେ ଥିବା କିଛି ସହାୟକଙ୍କୁ ପଚରାଉଚରା କରାଯାଉଛି । ଚଢ଼ାଉ ନେଇ EOW ପକ୍ଷରୁ ଏଯାଏଁ କୌଣସି ଆଧିକାରିକ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ଭାସ୍କର ରାଓଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL