ଜାତୀୟ

G20 ସମ୍ମିଳନୀରେ ଯୋଗ ଦେବା ଲାଗି ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପ୍ରଥମ G20 ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି। ଯିବା ପୂର୍ବରୁ ସେ କହିଥିଲେ, ଆମର ଦୃଷ୍ଟିକୋଣ ସହିତ G20 ସମ୍ମିଳନୀରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ ହେବ । ଏହା ଏକ ବିଶେଷ ସ୍ୱତନ୍ତ୍ର ସମ୍ମିଳନୀ । ୨୦୨୩ରେ ଭାରତର G20 ସଭାପତିତ୍ୱ ସମୟରେ, ଆଫ୍ରିକୀୟ ସଂଘ G20ର ସଦସ୍ୟ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ଏ୨୦ ଶିଖର ସମ୍ମିଳନୀର ତିନୋଟି ଅଧିବେଶନକୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହୋଇଥିବା ଏ୨୦ ସମ୍ମିଳନୀରେ ସେଠାରେ ଉପସ୍ଥିତ ଥିବା କିଛି ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL