ଓଡ଼ିଶା

କେନ୍ଦୁଝର ବନଖଣ୍ଡର ୧୦୫ ବିଟରେ ଚାଲିଛି ବାଘ ଗଣନା

କେନ୍ଦୁଝର: କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ ରେ ଚାଲିଛି ବାଘ ଗଣନା । ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ ।  ପ୍ରଥମେ କାର୍ନିଭର ସାଇନ ସର୍ଭେ , ଆଙ୍ଗୁଲେଟ ସର୍ଭେ , ଭେଜିଟେସନ ସର୍ଭେ ପରେ ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ମଧ୍ୟରେ କ୍ୟାମେରା ଟ୍ରାପ ସର୍ଭେ ହେବ ।  ବର୍ତମାନ ସୁଦ୍ଧା ଚାଲିଥିବା ପ୍ରାଥମିକ ସର୍ଭେରୁ ଅଟେଇ ସଂରକ୍ଷିତ ଜଙ୍ଗଲ ଓ ତେଲକୋଇ ଜଙ୍ଗଲରେ ସର୍ଭେରୁ କ୍ୟାଟ ଫ୍ୟାମିଲି ଓ କଲରାପତରିଆ ବାଘର ଅନେକ ଚିହ୍ନ ମିଳିଛି ।

ଦୁଇ ତିନି ବର୍ଷ ଧରି ଏହି ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।  ଅନେକ ଥର ଏହି ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଜର ସ୍ଥିତି ଯାହିର କରିଛି ମହାବଳ ବାଘ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL