ଓଡ଼ିଶା

ମାଡ଼ିଆସିଲା ବନ୍ୟା ପାଣି, ସ୍କୁଲରେ ଫସିଲେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା : ହଠାତ ମାଡ଼ିଆସିଲା ବନ୍ୟା ପାଣି ।  ସ୍କୁଲ ଘରେ ଫସିଗଲେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ।  କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କୁଳସାହି ଆବାସିକ ବିଦ୍ୟାଳୟରେ ଫସିରହିନ୍ତି ଛାତ୍ରଛାତ୍ରୀ ।  ବ୍ରାହ୍ମଣୀ ନଦୀରେ ହଠାତ ବନ୍ୟାପାଣି ଆସିବା କାରଣରୁ ବିଦ୍ୟାଳୟ ଚାରିପଟେ ପାଣି ମାଡି ଯାଇଥିଲା ।  ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଗାଁ ଲୋକେ ଚେଷ୍ଟା ଜାରି ରଖିଛନ୍ତି ।

ଘଟଣା ସ୍ଥଳରେ ଉପଜିଲ୍ଲାପାଳ ଅରୁଣ ନାୟକ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯିବ, ନା ସେହିଠାରେ ରହିବେ ତାହା ଅନୁଧ୍ୟାନ କଲାପରେ ଜଣାପଡିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।  ତେବେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସହ ଖାଦ୍ୟ ପାନୀୟ ମହଜୁଦ ଅଛି ବୋଲି ଶିକ୍ଷକ କହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL