ଓଡ଼ିଶା

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଥାଇଲାଣ୍ଡର ବ୍ୟାଙ୍କକ୍‌କୁ ପୁଣି ଆରମ୍ଭ ହେବ ବିମାନ ସେବା। ଆସନ୍ତା ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ୍‌କୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।ପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ବ୍ୟାଙ୍କକ୍‌କୁ ଏହି ବିମାନ ସେବା ସପ୍ତାହକୁ ଦୁଇଥର ଚାଲିବ। କିଛି କାରଣରୁ ପୂର୍ବରୁ ଏହି ରୁଟ୍‌ରେ ବିମାନ ଉଡ଼ାଣ ବନ୍ଦ ରହିଥିଲା।

ଏବେ ପୁଣି ଏହି ଅନ୍ତର୍ଜାତୀୟ ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ଆରମ୍ଭ ହେଲେ ଓଡ଼ିଶାରୁ ଥାଇଲାଣ୍ଡ ଯାତାୟାତ ଅଧିକ ସୁବିଧାଜନକ ହେବ। ବିଶେଷକରି ପର୍ଯ୍ୟଟକ, ବ୍ୟବସାୟୀ ଓ ଅନ୍ତର୍ଜାତୀୟ ଯାତ୍ରୀମାନେ ଏଥିରୁ ଲାଭ ପାଇବେ। ଭୁବନେଶ୍ୱର ବିମାନବନ୍ଦରରୁ ଆଉ ଏକ ଅନ୍ତର୍ଜାତୀୟ ରୁଟ୍‌ରେ ସେବା ପୁନଃ ଆରମ୍ଭ ହେବା ରାଜ୍ୟର ବିମାନ ଯୋଗାଯୋଗକୁ ମଧ୍ୟ ଅଧିକ ସୁଦୃଢ଼ କରିବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL