ଓଡ଼ିଶା

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ: ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

ରାଉରକେଲା: ରାଉରକେଲାରେ ବନ୍ଦ ଘରେ ଶୋଇଥିବାବେଳେ ନିଆଁ ଲାଗି ବାପାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ପୁଅ ।  ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ୬୦ ବର୍ଷୀୟ ଜିତେନ୍ଦ୍ର ସାହାଙ୍କର ମୃତ୍ୟୁ ହୋଇଛି ।  ଅନ୍ୟ ଏକ ଘରେ ପୁଅ ରୋହିତ ଶୋଇଥିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ରେଲୱେ କଲୋନୀ ମଧୁସୂଦନପାଲିରେ ଏହି ଅଘଟଣ ହୋଇଛି । ତେବେ କାହିଁକି ଓ କେମିତି ଲାଗିଲା ନିଆଁ ସେନେଇ ତଦନ୍ତ ଆରମ୍ଭ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ମଧୁସୂଦନପାଲିରେ ଜିତେନ୍ଦ୍ର, ପତ୍ନୀ ଓ ତାଙ୍କ ପୁଅ ରୋହିତ ରୁହନ୍ତି । ପତ୍ନୀ ଦେହ ଭଲ ନ ଥିବାରୁ ସେ କିଛି ଦିନ ପୂର୍ବରୁ ଝିଅ ଘରକୁ ଚାଲିଯାଇଥିଲେ । ବୋହୂ ଓ ସାନ ଝିଅ ତାଙ୍କ ଅଜା ଘରକୁ ଯାଇଥିବା ବେଳେ ବାପା ଜିତେନ୍ଦ୍ର ତାଙ୍କ ପୁଅ ରୋହିତ ସହ ଘରେ ରହୁଥିଲେ ।

ଗତକାଲି ରାତିରେ ଖାଇବା ପରେ ଜିତେନ୍ଦ୍ର ଗୋଟିଏ ଘରେ ଓ ରୋହିତ ଅନ୍ୟ ଘରେ ଶୋଇବାକୁ ଯାଇଥିଲେ । ରାତି ପ୍ରାୟ ଦୁଇଟା ପରେ ଜିତେନ୍ଦ୍ର ଶୋଇଥିବା ଘର ଜଳୁଥିବା ଦେଖି ପଡୋଶୀମାନେ ପାଟି କରିବା ସହ ରୋହିତ ପାଖ ପଡୋଶୀଙ୍କୁ ଡାକିଥିଲେ । ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେବା ସହ ପୁଅ ରୋହିତ ଓ ପଡୋଶୀ ନିଆଁକୁ ଆୟତ୍ତ ଓ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ଘର ଭିତର ପଟୁ ବନ୍ଦ ଥିବାରୁ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିପାରିନଥିଲେ । ଅଗ୍ନିଶମ ଗାଡି ପହଂଚିବା ପୂର୍ବରୁ ଜିତେନ୍ଦ୍ର ଘର ଭିତରେ ପୋଡି ହୋଇ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL