ଜଳେଶ୍ୱର: ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀର ଜଳସ୍ତର। ନଦୀର ଉପରମୁଣ୍ତ ମୟୁରଭଞ୍ଜରେ ପ୍ରବଳ ବର୍ଷା । ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବଢୁଛି ନଦୀ ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦ । ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୧୮ ମିଟରରେ ପ୍ରବାହିତ ହେଉଛି। ଚଳିତ ବର୍ଷ ଜଳକା ନଦୀରେ ବାରମ୍ବାର ବନ୍ଯା ଆସିବା ଫଳରେ ବସ୍ତା ବ୍ଲକର ହଜାର ହଜାର ହେକ୍ଟର ଜମିରେ ଚାଷ ସମ୍ପୂର୍ଣ୍ଣ ଉଜାଡି ଦେଇଥିବା ବେଳେ ଯଦି ପୁଣି ବନ୍ଯା ଆସେ ତାହାହେଲେ ବସ୍ତା ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏବଂ ସଦର ବ୍ଲକ ର ୨ ଟି ପଞ୍ଚାୟତ ବନ୍ଯା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା କରଯାଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଲଗାଣ ବର୍ଷା: ସତର୍କ ସଙ୍କେତ ଅତିକ୍ରମ କଲା ଜଳକା ଜଳସ୍ତର






