ଓଡ଼ିଶା

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ଚାଲିଗଲା ମା’ ପୁଅଙ୍କ ଜୀବନ

ପୁରୀ : ପୁଣି ପୁରୀ ସମୁଦ୍ରରେ ଅଘଟଣ ।  ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’ ପୁଅଙ୍କ ଜୀବନ ।  ମୃତ ମା’ ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା ।  ମା’ ପୁଅଙ୍କ ମୃତ୍ୟୁକୁ ନେଇ ପୁରୀ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ତେବେ ଆଜି ସକାଳେ କୁସୁମ ଓ ଅଙ୍କିତ ପରିବାର ଲୋକଙ୍କ ସହ ପୁରୀ ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ନିକଟ ବେଳାଭୂମିରେ ସମୁଦ୍ର ସ୍ନାନର ମଜା ନେଉଥିଲେ ।

ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ କରେଣ୍ଟରେ ପଡ଼ି କୁସୁମ ସମୁଦ୍ର ଭିତରକୁ ଚାଲି ଯାଇଥିଲେ ।  ମା’ ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ଅଙ୍କିତ ସମୁଦ୍ର ଭିତରକୁ ଯିବାରୁ ସେ ମଧ୍ୟ ରିପ୍ କରେଣ୍ଟରେ ପଡ଼ି ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ।  ପରିବାରର ଅନ୍ୟ ସଦସ୍ୟମାନେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ପ୍ରାଇଭେଟ୍ ଲାଇଫ ଗାର୍ଡ ଓ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ଦୁଇଜଣ ମା’ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ ।

କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ତେବେ ଚକ୍ରତୀର୍ଥ ବେଳାଭୂମି ପଟେ ଲାଇଫ ଗାର୍ଡ ମୁତୟନ ହୋଇ ନଥିବାରୁ ପ୍ରତି ସମୟରେ ଏଭଳି ଅଘଟଣ ଘଟୁଛି ।  ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL