ଭୁବନେଶ୍ବର: ନୂଆଁଖାଇ ପାଇଁ ଘରକୁ ଯାଉଥିଲେ । ବାଟରେ ଛକିଥିଲା ଯମ । ମର୍ମନ୍ତୁଦ ଦୁର୍ଘଟଣାରେ ମାଆ-ପୁଅ ମୃତ । ବାପା ଗୁରୁତର । ସମ୍ବଲପୁର ଠେଲକୋଲୋଇ ଥାନା ଖିଣ୍ଡାରେ ଭୟଙ୍କର ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ମାଆ-ପୁଅଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ବାପା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ନୂଆଁଖାଇ ପାଳନ କରିବାକୁ ଦମ୍ପତି ତାଙ୍କ ଶିଶୁପୁତ୍ର ସହ ଏକ ବାଇକ ଯୋଗେ ଝାରସୁଗୁଡା ଜିଲ୍ଲା ଲଖନପୁର ଘରକୁ ଯାଉଥିଲେ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି ।
ଉତ୍ତ୍ୟକ୍ତ ଲୋକ ଝାରସୁଗୁଡା-ସମ୍ବଲପୁର ୧୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଝାରସୁଗୁଡ଼ା-ସମ୍ବଲପୁର ୧୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।







