ଜାତୀୟ

CISF କ୍ୟାମ୍ପରେ ଗୁଳିକାଣ୍ଡ: ଯବାନଙ୍କ ଗୁଳିରେ ୪ ଜଣ CISF କର୍ମଚାରୀଙ୍କ ମୃତ୍ୟୁ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ CISF କ୍ୟାମ୍ପ ଭିତରେ ଭୟଙ୍କର ଗୁଳିକାଣ୍ଡ। ଜଣେ CISF ଯବାନଙ୍କ ଗୁଳିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ ୪ ଜଣ CISF କର୍ମଚାରୀଙ୍କ ମୃତ୍ୟୁ । ଆଜି ସନ୍ଧ୍ୟା ପ୍ରାୟ ୭ଟାରେ କଠୁଆର ବସୋହଲି ମାସ୍କା ଗାଁ ନିକଟ ସେୱା ଜଳବିଦ୍ୟୁତ ପ୍ରକଳ୍ପ ସୁରକ୍ଷାରେ ନିୟୋଜିତ CISF କ୍ୟାମ୍ପରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, କ୍ୟାମ୍ପ ଭିତରେ କିଛି CISF କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ପରେ ବିବାଦ ଉଗ୍ର ରୂପ ନେବା ସହ ଜଣେ ହେଡ୍ କନଷ୍ଟେବଳ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇଥିବା କୁହାଯାଉଛି। ଗୁଳିମାଡ଼ରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ହିମାଚଳପ୍ରଦେଶ NHPC ହସ୍ପିଟାଲକୁ ନିଆଯାଇଥିଲା। ପରେ ସମସ୍ତଙ୍କ ମୃତ୍ୟୁ ହୋଇଛି ।

ମୃତକମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ, ସବ୍ -ଇନ୍ସପେକ୍ଟର ଲକ୍ଷ୍ମଣ ସିଂହ ଏବଂ ଦୁଇ କନଷ୍ଟେବଳ ରଫିକ ଅହମ୍ମଦ ଓ ସନ୍ଦୀପ କୁମାର ରହିଛନ୍ତି। ଘଟଣା ପରେ ଅଭିଯୁକ୍ତ ହେଡ୍ କନଷ୍ଟେବଳଙ୍କୁ ପୋଲିସ ତା ହେପାଜତକୁ ନେଇଛି। କଠୁଆ ପୋଲିସ ସହ CISFର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। CISF ପକ୍ଷରୁ ମଧ୍ୟ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହା କୌଣସି ବାହ୍ୟ ଆକ୍ରମଣ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ତେବେ କେଉଁ କାରଣରୁ ବିବାଦ ହେଲା ଏବଂ କାହିଁକି ହେଡ୍ କନଷ୍ଟେବଳ ଗୁଳି ଚଳାଇଲେ, ତାହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL