ଜାତୀୟ

‘ମୁରାସୁ’ ପ୍ରଭାବରେ ଆନ୍ଧ୍ରରେ ୨,୦୦୦ କୋଟି ଟଙ୍କାର କ୍ଷୟକ୍ଷତି: ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ: ବାତ୍ୟା ‘ମୁରାସୁ’ ଯୋଗୁଁ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାଥମିକ କ୍ଷୟକ୍ଷତି ଆକଳନ ଅନୁଯାୟୀ, ଏହି ବାତ୍ୟାରେ ରାଜ୍ୟର ପ୍ରାୟ ୧,୯୧୮.୫୫ କୋଟି (ପ୍ରାୟ ୨,୦୦୦ କୋଟି) ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ସୂଚନା ଦେଇଛନ୍ତି। ଏଥିସହ ବାତ୍ୟା ପାଇଁ ମୋଟ ୮ ଜଣଙ୍କର ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ବାପଟଲା ଜିଲ୍ଲାରୁ ୫ ଜଣ, ଗୁଣ୍ଟୁରରୁ ୨ ଜଣ ଏବଂ ପଲନାଡୁ ଜିଲ୍ଲାରୁ ଜଣେ ଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।

ବାତ୍ୟା ପ୍ରଭାବରେ ରାଜ୍ୟର କୃଷି କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପ୍ରାୟ ୧.୪୩ ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ବେଳେ ୧.୮୬ ଲକ୍ଷରୁ ଅଧିକ ଚାଷୀ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି। *ସଡ଼କ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବା ୭୬୦ କିଲୋମିଟର ମୁଖ୍ୟ ରାସ୍ତା ଓ ରାଜ୍ୟ ରାଜପଥ ଏବଂ ପଞ୍ଚାୟତିରାଜ ବିଭାଗର ୨୦୪ କିଲୋମିଟର ଗ୍ରାମୀଣ ରାସ୍ତା କ୍ଷତିଗ୍ରସ୍ତ ହୋ* ଇଛି। *କେବଳ ରାସ୍ତାଘାଟ ମରାମତି ପାଇଁ ପ୍ରାୟ ୯୨.୦୮ କୋଟି ଟଙ୍କା ଖର୍ଚ୍ଚ ହେବ* ବୋଲି ଆକଳନ କରାଯାଇଛି। ମୋଟ ୫୯ଟି ମଣ୍ଡଳ ଏବଂ ୬୪୯ଟି ଗ୍ରାମ ପଞ୍ଚାୟତ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ୩୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ୧୩ଟି ଏନଡିଆରଏଫ୍ , ୧୧ଟି ଏସଡିଆରଏଫ୍ ଟିମ୍ ଏବଂ ୩୯୦ ଜଣ ଅଗ୍ନିଶମ କର୍ମଚାରୀ ମୁତୟନ ହୋଇଛନ୍ତି। ଗୋଟିଏ ସପ୍ତାହ ପୂର୍ବରୁ ‘ଅର୍ଣ୍ଣବ’ ବାତ୍ୟାରେ ଆନ୍ଧ୍ରପ୍ରଦେଶରେ ପ୍ରାୟ ୪,୬୦୦ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ଲଗାତାର ଦୁଇଟି ବାତ୍ୟା ରାଜ୍ୟର ଅର୍ଥନୀତିକୁ ଦୋହଲାଇ ଦେଇଛି। ବିଦ୍ୟୁତ୍ ସରବରାହ, ପାନୀୟ ଜଳ ଏବଂ ରାସ୍ତାଘାଟର ତୁରନ୍ତ ପୁନରୁଦ୍ଧାର କରି ଜନଜୀବନ ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL