କନ୍ଧମାଳ: ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି । ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଏହି ଗାଟି ରାସ୍ତାରେ ଏବେ ସମସ୍ତ ଗାଡି ଚଳାଚଳ ପାଇଁ ଅନୁମତି ମିଳିଛି । ଫଳରେ ଉଭୟ ଜିଲ୍ଲା ମଧ୍ୟରେ ଯାତାୟାତ ପୁଣି ସ୍ବାଭାବିକ ହୋଇଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍କଳନ ଓ ବ୍ରିଜ ଧୋଇଯିବା କାରଣରୁ ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡିଥିଲା ।
ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଘାଟି ରାସ୍ତାରେ ଗାଡି ଚଳାଚଳ ବନ୍ଦ କରିଥିଲା ପ୍ରଶାସନ । ଫଳରେ ଗଞ୍ଜାମ ଓ କନ୍ଧମାଳ ମଧ୍ୟରେ ଯାତାୟାତ ପ୍ରବାବିତ ହୋଇଥିଲା । ତେବେ ମରାମତି ଓ ଆବଶ୍ୟକୀୟ ପଦକ୍ଷେପ ପରେ ଏବେ ରାସ୍ତାରେ ଯାତାୟାତକୁ ଅନୁମତି ମିଳିଛି ।





