ଓଡ଼ିଶା

କୋର୍ଟରେ ସୁରକ୍ଷା କର୍ମୀଙ୍କୁ ମହିଳାଙ୍କ ଆକ୍ରମଣ, ୩ ଆହତ

ଉମରକୋଟ : କୋର୍ଟରେ ରକ୍ତାକ୍ତ ଆକ୍ରମଣ ।  କୋର୍ଟରେ ମହିଳାଙ୍କ ଆକ୍ରମଣ ।  କୋର୍ଟ ସୁରକ୍ଷା କର୍ମୀଙ୍କୁ ମହିଳାଙ୍କ ଆକ୍ରମଣ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଜେଏମଏଫସି କୋର୍ଟ ପରିସରରେ ଅଭାବନୀୟ ଘଟଣା । ଜଣେ ମହିଳା ବ୍ୟାଗରେ ଲୁହା ଛଡ଼ ଲୁଚାଇ ଆଣି ବିଚାରପତି, ସହକାରୀ ସରକାରୀ ଓକିଲ ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି।

ସନମତି ମାଝୀ ନାମକ ଜଣେ ମହିଳାଙ୍କର ଯୌତୁକ ନିର୍ଯାତନା ତଥା ଘରୋଇ ହିଂସା ସମ୍ପର୍କିତ ଏକ ମାମଲା କୋର୍ଟରେ ବିଚାରାଧୀନ ରହିଛି । କିଛି ଦିନ ପୂର୍ବରୁ ତାଙ୍କର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା।  ତେବେ ଶନିବାର ମଧ୍ୟାହ୍ନରେ ଉକ୍ତ ମହିଳା ଜଣକ କୋର୍ଟ ପରିସରରେ ପହଞ୍ଚି ମାଜିଷ୍ଟ୍ରେଟ ସ୍ମିତା ଲାକ୍ରାଙ୍କୁ ଭେଟିବାକୁ ଜିଦ୍ ଧରିଥିଲେ।

ସେଠାରେ ଉପସ୍ଥିତ କର୍ମଚାରୀ ତାଙ୍କୁ ପ୍ରଥମେ ସହକାରୀ ସରକାରୀ ଓକିଲ ପ୍ରଦୀପ ପଟ୍ଟନାୟକଙ୍କୁ ଭେଟିବାକୁ କହିବାରୁ ମହିଳା ଜଣକ ହଠାତ୍ ଉତ୍ତ୍ୟକ୍ତ ହୋଇ ନିଜ ବ୍ୟାଗ ଭିତରୁ ଏକ ଲୁହା ଛଡ଼ ବାହାର କରି ଏପିପି ପ୍ରଦୀପ ପଟ୍ଟନାୟକଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହା ଦେଖି ମାଜିଷ୍ଟ୍ରେଟ ଶ୍ରୀମତୀ ଲାକ୍ରା ତାଙ୍କୁ ରକ୍ଷା କରିବା ପାଇଁ ଆଗେଇ ଆସିବାରୁ ମହିଳା ଜଣକ ବିଚାରପତିଙ୍କୁ ମଧ୍ୟ ମାଡ଼ ବାଜିଥିବା ଜଣାପଡିଛି ।

କାବୁ କରିବାକୁ ଆସିଥିବା ସୁରକ୍ଷାକର୍ମୀ ମିନକେତନ ଗନ୍ତାୟତଙ୍କୁ ମାଡ଼ ମାରି ଆହତ କରିଥିଲେ। ଏହି ରକ୍ତାକ୍ତ ଆକ୍ରମଣରେ ଏପିପି ପ୍ରଦୀପ ପଟ୍ଟନାୟକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  କୋର୍ଟ ଭିତରେ ଜଣେ ମହିଳା କିଭଳି ଲୁହା ଛଡ଼ ନେଇ ପ୍ରବେଶ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL