ଓଡ଼ିଶା

ବାଣ ଫୁଟାଇବାକୁ ନେଇ ପୋଲିସ-ପବ୍ଲିକ ଧସ୍ତାଧସ୍ତି ,୯ ଅଟକ

କଟକ: କଟକରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି । ୯ ଜଣଙ୍କୁ ଅଟକ ରଖିଲା ପୋଲିସ । ସିସିଟିଭି ଆଧାରରେ ବଡ଼ ଆକ୍ସନ । ଦୀପାବଳି ରାତିରେ ରଣକ୍ଷେତ୍ର ପାଲଟିଥିଲା ନୟାସଡ଼କ । ପୋଲିସକୁ ଠେଲାପେଲା ଘଟଣାରେ ୯ ଜଣଙ୍କୁ ଅଟକ ରଖିଛି ଲାଲବାଗ ଥାନା ପୋଲିସ । କଟକରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି ଘଟଣାରେ ପୋଲିସର ବଡ଼ ଆକ୍ସନ । ୯ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ସିସିଟିଭି ଯାଂଚ ପରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ । ଆଉ କାହାର ସମ୍ପୃକ୍ତି ରହିଛି, ପୋଲିସ ଯାଂଚ କରୁଛି ପୋଲିସ। କଟକ ଡିସିପି ଖିଲାରି ଋଷିକେଶ ଧ୍ୟାନଦେଓ ଏନେଇ ସୂଚନା ଦେଇଛନ୍ତି ।

ଦୀପାବଳି ରାତିରେ କଟକ ନୟାସଡ଼କ ଅଞ୍ଚଳରେ ବାଣ ଫୁଟାଇବାକୁ ନେଇ ପୋଲିସ-ପବ୍ଲିକ ଧସ୍ତାଧସ୍ତି ହୋଇଥିଲେ। କିଛି ଲୋକ ନିୟମ ଉଲ୍ଲଘଂନ କରି ବାଣ ଫୁଟାଉ ଥିଲେ। ବାଣ ରାସ୍ତା ଉପରେ ଯାଉଥିବା ପଥଚାରୀଙ୍କ ଉପରେ ପଡୁ ଥିଲା। ପୋଲିସ ବାରଣ କରିବାକୁ ଉଦ୍ୟମ କରିଥିଲା। ସେମାନେ ମାନି ନ ଥିଲେ। ପୋଲିସକୁ ଠେଲାପେଲା କଲେ। ଖବର ପାଇ ଏସିପି ଅନନ୍ୟା ଅୱସ୍ତି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ। ଏହି ଘଟଣାରେ ୯ ଜଣଙ୍କୁ ଅଟକ ରଖିଛି ଲାଲବାଗ ଥାନା ପୋଲିସ। ସିସିଟିଭି ଫୁଟେଜ ଯାଞ୍ଚ କରୁଛି କମିଶନରେଟ ପୋଲିସ। ଆଉ କାହାର କାହାର ସମ୍ପୃକ୍ତି ରହିଛି ତାର ଯାଞ୍ଚ କରାଯାଉଥିବା କହିଛନ୍ତି କଟକ ଡିସିପି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL