ଓଡ଼ିଶା

ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲା: ଜେଲ୍ ଗଲେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ

ଭୁବନେଶ୍ୱର: ୨୦୧୦ ମସିହାର ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଗଲେ ଜେଲ୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ସୋମବାର ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସେଠାରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ରାୟଗଡ଼ା ସବ୍-ଜେଲ୍‌କୁ ପଠାଇ ଦିଆଯାଇଛି।

ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏନ୍. ଭାସ୍କର ରାଓଙ୍କୁ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ମୃତ ଭାଗୀରଥି ମାଣ୍ଡାଙ୍ଗୀଙ୍କ ଭାଇଙ୍କ ଆବେଦନ ଆଧାରରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ ହାଇକୋର୍ଟଙ୍କ ଜାମିନ ଆଦେଶକୁ ରଦ୍ଦ କରିଥିଲେ ଏବଂ ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ମାଆ ମାଝୀଘରିଆଣୀ ମନ୍ଦିର ଟ୍ରଷ୍ଟର ସଦସ୍ୟ ତଥା ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ନେଇ ରାୟଗଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ଏନ୍. ଭାସ୍କର ରାଓ ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା।

ଏହା ପୂର୍ବରୁ ରାୟଗଡ଼ା ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଓ ହେରଫେର ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ପକ୍ଷରୁ ଭାସ୍କର ରାଓଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶରେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL