ଓଡ଼ିଶା

ଶଳାକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ

ଭୁବନେଶ୍ୱର: ସମ୍ପର୍କରେ ରକ୍ତର ଛିଟା । ଶଳାକୁ ପଥରରେ ଛେଚି ହତ୍ୟା । ଭୁବନେଶ୍ୱର ସହିଦନଗର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପଠାଣି ସାହୁ । ସୂଚନା ଅନୁଯାୟୀ, ସ୍ତ୍ରୀ ଆଉ କହ ସହ ସମ୍ପର୍କ ସନ୍ଦେହରେ ଶଳା ସହ ଭିଣୋଇର କଳି ହୋଇଥିଲା । ରାତି ଅଧରେ ଶଳା ଓ ଭିଣୋଇଙ୍କ ମଧ୍ୟରେ ଗଣ୍ଡଗୋଳ ନେଲା ଉଗ୍ରରୂପ । ଶଳାକୁ ପଥରରେ ଛେଚି ହତ୍ୟା କରିଛି ଭିଣୋଇ । ଘଟଣାସ୍ଥଳରେ ହିଁ ଶଳାଙ୍କ ମୃତ୍ୟୁ ହୋଇଛି ।

ମୃତଦେହକୁ ଦୁର୍ଘଟଣାର ରୁପ ଦେବାକୁ ଟ୍ରେନ ଲାଇନକୁ ଘୋଷାଡି ନେଇଥିଲା ଭିଣୋଇ ।ହେଲ ଭିଣୋଇର ନାରକୀୟ କାଣ୍ଡ ଧରାପଡ଼ିବା ପରେ ସେ ଫେରାର ହୋଇଯାଇଛି । ଅଭିଯୁକ୍ତ ଭିଣୋଇ ସୁରେଶ ସିଂକୁ ଖୋଜୁଛି ପୋଲିସ୍ । ଘଟଣାରେ ଆଉ କିଛି ଲୋକଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍ । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ତଦନ୍ତ କରିଛନ୍ତି । ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL