ଓଡ଼ିଶା

କାର୍ଯ୍ୟରେ ଅବହେଳା ନେଇ ବିଡିଓ ନିଲମ୍ବିତ

ବୌଦ୍ଧ: କଣ୍ଟାମାଳ ବିଡିଓ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କୁ ନିଲମ୍ବନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । କାର୍ଯ୍ୟର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ତାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଛନ୍ତି ଓଡ଼ିଶା ସରକାର ।

ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନଭେମ୍ବର ୬ ତାରିଖରେ ଜାରି ହୋଇଛି ଅଫିସ୍ ଅର୍ଡର । ନିଲମ୍ବନ ଅବଧି ମଧ୍ୟରେ ତାଙ୍କର ମୁଖ୍ୟାଳୟ ସମ୍ବଲପୁର ସ୍ଥିତ ରାଜସ୍ୱ ଡିଭିଜନାଲ କମିଶନର, ଉତ୍ତରାଞ୍ଚଳଙ୍କ କାର୍ଯ୍ୟାଳୟରେ ରହିବ । ସେଠାରୁ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ଅନ୍ୟପଟେ, ବୌଦ୍ଧ ଜିଲ୍ଲାପାଳଙ୍କୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ପ୍ରମାଣ ସମ୍ବନ୍ଧୀୟ ଦସ୍ତାବିଜ ସହ ଚାର୍ଜ ଡ୍ରାଫ୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL