ଜାତୀୟ

ବ୍ୟାରେଜକୁ ଖସିଲା କାର, ଆଖି ବୁଜିଲେ ଗୋଟିଏ ପରିବାରର ୪ ସଦସ୍ୟ

ଛତିଶଗଡ଼: ଦୀପାବଳି ଆଲୋକରେ ଆସିଲା ଅନ୍ଧାର । ଦୀପାବଳି ସାରି ନିଜ ଗାଁକୁ ଫେରୁଥିବା ସାମ୍ବାଦିକଙ୍କ ପରିବାରର ୪ ସଦସ୍ୟଙ୍କ ଜଳସମାଧି । ଛତିଶଗଡ଼ରେ କାର୍ ଦୁର୍ଘଟଣା।ଉଭେଇଗଲା ପର୍ବର ଖୁସି, ଗୋଟିଏ ଝଟକାରେ ଶେଷ ହୋଇଗଲା ହସଖୁସିର ପରିବାର । ବ୍ୟାରେଜକୁ ଖସିଲା କାର୍। କାର ଭିତରେ ଥିଲେ ସ୍ବାମୀ, ସ୍ତ୍ରୀ, ଝିଅ ଓ ପୁଅ। ଦୀପାବଳି ରାତିରେ ଦୁନିଆରୁ ଚାଲିଗଲା ସମ୍ପୂର୍ଣ୍ଣ ପରିବାର। ତିଲା ଆନିକଟ୍ ରେ ଭାସିଗଲା ୪ ପ୍ରାଣ । ସାମ୍ନାକୁ ଆସିଛି ଅତ୍ୟନ୍ତ ଦୁଃଖଦ ଘଟଣା ।

ଦୀପାବଳି ରାତିରେ ଏହି ପରିବାର ନିଜ ଗାଁକୁ ପର୍ବ ସାରି ଫେରୁଥିଲେ । ଗାଡ଼ିଟି ହାଠାତ୍ ନିୟନ୍ତ୍ରଣ ହରାଇ ତିଲା ଆନିକଟ୍ ଭିତରକୁ ଖସିପଡ଼ିବା ଫଳରେ ପରିବାରର ସମସ୍ତ ଚାରି ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨୧ ବର୍ଷୀୟା ଝିଅ ପୂର୍ବା ସାହୁ ଏବଂ ୧୯ ବର୍ଷୀୟ ପୁଅ ବିକାଶ ସାହୁ । ପରିବାରର ଶୀତଲ ସାହୁ ଜଣେ ସାମ୍ବାଦିକ ଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ “ମିଡିଆ ଏକ୍ଜିକ୍ୟୁଟିଭ୍”ର ଷ୍ଟିକର ଲାଗିଥିଲା। ମୃତକ ପାସୌଦ ଗାଁର ଥିଲେ। ଏହି ଦୁର୍ଘଟଣା ଚମ୍ପାରଣ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି ଏବଂ କେଉଁ କାରଣରୁ ଗାଡ଼ିଟି ନିୟନ୍ତ୍ରଣ ହରାଇଲା, ସେ ନେଇ ସ୍ଥାନୀୟ ପ୍ରଶାସନ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL